ଭୁବନେଶ୍ବର:ଇଣ୍ଡିଆନ ଅଏଲ୍ ଏବଂ ଗ୍ରୀନସାଟ୍ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର । ଇଣ୍ଡିଆନ ଅଏଲ୍ ଏବଂ ଗ୍ରୀନଷ୍ଟାଟ ଉଦ୍ୟମରେ ବିଶ୍ବ ହାଇଡ୍ରୋଜେନ୍ର ନେତୃତ୍ବ ନେବ ଭାରତ । ଭାରତରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଅନ୍ ହାଇଡ୍ରୋଜେନ୍ ପ୍ରତିଷ୍ଠା କରିବା ପାଇଁ ହୋଇଛି ସହମତି ।
ଭାରତରେ ପ୍ରତିଷ୍ଠା ହେବ ସେଣ୍ଟର ଅଫ୍ ଏକ୍ସିଲେନ୍ ଅନ୍ ହାଇଡ୍ରୋଜେନ୍ । ଏନେଇ ଗୁରୁବାର ନୂଆଦିଲ୍ଲୀରେ ଇଣ୍ଡିଆନ ଅଏଲ ଏବଂ ଗ୍ରୀନସାଟ୍ ହାଇଡ୍ରୋଜେନ୍ ଇଣ୍ଡିଆ କମ୍ପାନୀ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି । ଏହି ସେଣ୍ଟର ଅଫ୍ ଏକ୍ସିଲେନ୍ ଅନ୍ ହାଇଡ୍ରୋଜେନ୍ ସ୍ଥିର ମୂଲ୍ୟ ଓ ବୈଷୟିକ ସମାଧାନର ବିକାଶ, ହାଇଡ୍ରୋଜେନର ସଂରକ୍ଷଣ ଓ ଉତ୍ପାଦନର ବ୍ୟବସାୟ ମଡ଼େଲ ପ୍ରସ୍ତୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ଏହାସହ ଟେକ୍ନୋଲୋଜିକୁ ସେୟାରିଂ ଏବଂ ଟ୍ରାନ୍ସଫର ମାଧ୍ୟମରେ ଫ୍ରାଏଲ ସେଲ୍ ଏବଂ ସିସିୟୁଏସ ଟେକ୍ନୋଲୋଜିହହ ବିକାଶ କରାଯିବ । ହାଇଡ୍ରୋଜେନ୍ ଉର୍ଜା ଭାଲ୍ୟ ଚେନରେ ବୌଦ୍ଧିକ ଶକ୍ତି ଓ ଘରୋଇ ଦକ୍ଷତା ବିକାଶ ଦିଗରେ ଇଣ୍ଡିଆନ ଅଏଲ ଏବଂ ଗ୍ରୀନସାଟ୍ ହାଇଡ୍ରୋଜେନ୍ ଇଣ୍ଡିଆର ମିଳିତ ଉଦ୍ୟମ ମାଧ୍ୟମରେ ଭାରତ ବିଶ୍ଵ ହାଇଡ୍ରୋଜେନ୍ ମାନଚ୍ଚିତ୍ରରେ ଅଗ୍ରଣୀ ନେତୃତ୍ବ ନେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନୂତନ ଉର୍ଜା ମାନଚିତ୍ରର ୭ଟି ବାହକ ସହ ଭାରତ ଉର୍ଜା ରୂପାନ୍ତରଣ ପାଇଁ ବିଶେଷ ଭାବରେ ହାଇଡ୍ରୋଜେନ ସମେତ ଭବିଷ୍ୟତର ଇନ୍ଧନ ପାଇଁ କାର୍ଯ୍ୟ କରୁଛି । ଭାରତର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପ ଦିଗରେ ବିଶିଷ୍ଟ ୟୁରୋପୀୟ କମ୍ପାନୀ ଗୁଡ଼ିକ ସଂଯୋଗ ସ୍ଥାପନ କରୁଛି ।
ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ଜାତୀୟ ହାଇଡ୍ରୋଜେନ୍ ଉର୍ଜା ଅଭିଯାନରେ ମଧ୍ୟ ସହାୟକ ହେବ । ଇଣ୍ଡିଆନ ଅଏଲ୍ ଏବଂ ଗ୍ରୀନସାଟ ମିଳିତ ଉଦ୍ୟମ ଭାରତକୁ ହାଇଡ୍ରୋଜେନ ଉତ୍ପାଦନ ତଥା ଫ୍ରାଏଲ ସେଲ୍ ଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ମଜବୁତ ସ୍ଥିତିକୁ ଆଣିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ