ଓଡିଶା

odisha

ETV Bharat / business

ଟ୍ରମ୍ପଙ୍କ ନାଲି ଆଖିରେ ସେୟାର ବଜାର ଟଳମଳ - China

ଚୀନ ସାମଗ୍ରୀରେ ଟାରିଫ ବୃଦ୍ଧି ଲାଗି ଟ୍ରମ୍ପଙ୍କ ଧମକରେ ବଜାର ଟଳମଳ । 3 ବର୍ଷର ସର୍ବନିମ୍ନ ରେକର୍ଡରେ ସେୟାର ମାର୍କେଟ । କେବଳ ଚୀନ ନୁହେଁ ଭାରତ ସମେତ ବିଶ୍ବର ସବୁ ଦେଶ ଟ୍ରମ୍ପଙ୍କ ନାଲି ଆଖିରେ ପ୍ରଭାବିତ ।

ଫାଇଲ ଫଟୋ

By

Published : May 6, 2019, 8:36 PM IST

ନୂଆଦିଲ୍ଲୀ: ପୁଣି ଥରେ ଚୀନ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଲଗାଇବେ ଟ୍ରମ୍ପ ପ୍ରଶାସନ । ଟ୍ରମ୍ପଙ୍କ ଏହି ଧମକରେ ଚୀନ ସେୟାର ବଜାର ଟଳମଳ । 3 ବର୍ଷର ସର୍ବନିମ୍ନରେ ରେକର୍ଡ ହାର ପରିଲକ୍ଷିତ ମଧ୍ୟ ହୋଇଛି । କେବଳ ଚୀନ ନୁହେଁ ଭାରତ ସମେତ ସବୁ ଦେଶର ସେୟାର ବଜାରରେ ହଟଚମଟ ଖେଳିଯାଇଛି । ହ୍ରାସ ପାଇଚାଲିଛି ପ୍ରଫିଟ ରେଖା ।

ସୋମବାର ଚୀନ ସେୟାର ବଜାର 5.6 ପ୍ରତିଶତ ତଳକୁ ଖସି କାରବାର ବନ୍ଦ କରିଛି । ଯାହାକି 2016 ଫେବୃଆରୀ ଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । 5 ପ୍ରତିଶତରୁ ଅଧିକ ମାତ୍ରାରେ ଖସିଛି ଏସିଆ ବଜାର । ଚୀନ ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କ ସାଂଘାଇ କମ୍ପୋଜିଟ 5.58 ପ୍ରତିଶତ ଓ ହଙ୍ଗକଙ୍ଗର ପ୍ରମୁଖ ସୂଚକାଙ୍କ ହେଙ୍ଗ ସେଗ 3.31 ପ୍ରତିଶତ ତଳମୁହାଁ ରହିଛି ।

ଏବେ ସୁଦ୍ଧା 250 ଅରବ ଡଲାର ସାମଗ୍ରୀ ଉପରେ ଆମେରିକା ଚୀନ ଠାରୁ ଆମଦାନୀ ଶୁଳ୍କ ଆଦାୟ କରୁଥିଲା । 200 ଉପରେ 10 ପ୍ରତିଶତ ଡ୍ୟୁଟି ଲାଗିଥିବା ବେଳେ 50 ସାମଗ୍ରୀ ଉପରୁ 25 ପ୍ରତିଶତ ଶୁକ୍ଲ ଆଦାୟ ହେଉଛି । ହେଲେ ଏବେ ଏହି 200 ଅରବ ଡଲାର ସାମଗ୍ରୀ ଉପରେ ମଧ୍ୟ 25 ପ୍ରତିଶତ ଡ୍ୟୁଟି ଲଗାଇବ । ଅତିରିକ୍ତ ସାମଗ୍ରୀ ଉପରେ ମଧ୍ୟ ଟ୍ୟାକ୍ସ ଆଦାୟ ହେବ । ଯଦି ଏହା ଲାଗୁ ହୁଏ ତେବେ ସମଗ୍ର ବିଶ୍ବ ଶୁଳ୍କ ପ୍ରଭାବିତ ହେବା ସହ କାରବାର ମାନ୍ଦାରେ ଚାଲିବ ।

ଏପଟେ ଚୀନ ଓ ଆମେରିକାର ଟ୍ରେଡ ୱାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 363 ପଏଣ୍ଟ ହ୍ରାସ ପାଇ 38,600 ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 114 ପଏଣ୍ଟ କମି 11,598 ବନ୍ଦ ହୋଇଛି ।

For All Latest Updates

ABOUT THE AUTHOR

...view details