ଓଡିଶା

odisha

ETV Bharat / business

ସଙ୍କଟରେ ଜେଟ୍ ଏୟାରୱେଜ୍! ଏପ୍ରିଲ ଯାଏଁ 12 ବିମାନ ବାତିଲ - ଏୟାରୱେଜ୍

ଜେଟ୍ ଏୟାରୱେଜ୍‌ ବିମାନ ତାର 12ଟି ଆନ୍ତର୍ଜାତୀୟ ବିମାନର ଉଡାଣକୁ ଏପ୍ରିଲ 30 ପର୍ଯ୍ୟନ୍ତ ବାତିଲ କରିଛି ।

ଫାଇଲ ଫଟୋ

By

Published : Mar 23, 2019, 8:44 AM IST

ନୂ୍‌ଆଦିଲ୍ଲୀ: ଆକାଶରେ ଆଉ ଦେଖାଯିବନି ଜେଟ୍ ଏୟାରୱେଜ୍‌ ବିମାନ ! କାମ୍ପାନୀ ତାର 12ଟି ଆନ୍ତର୍ଜାତୀୟ ବିମାନର ଉଡାଣକୁ ଏପ୍ରିଲ 30 ପର୍ଯ୍ୟନ୍ତ ବାତିଲ କରିଛି । କମ୍ପାନୀ କ୍ଷତିରେ ଚାଲୁଥିବା ଏବଂ ଦିନକୁ ଦିନ ଏହାର ମାର୍କେଟ ସେୟାର କମୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ବାତିଲ ହୋଇଥିବା 12ଟି ବିମାନ ବିଶେଷ କରି ହଂକଂ, ଆବୁଧାବି, ରିୟାଦ୍, ଦାମାମ, ସିଙ୍ଗାପୁର, ମାଞ୍ଚେଷ୍ଟର ଏବଂ ଢାକାକୁ ଯାତାୟତ କରୁଥିଲେ । ତେବେ ଏହି 12ଟି ମଧ୍ୟରେ ପାକିସ୍ତାନ ବାୟୁ ସୀମା ବିବାଦ ଯୋଗୁଁ ବାତିଲ କରାଯାଇଛି । ବାତିଲ ବ୍ୟତୀତ କମ୍ପାନୀ ତାର ଆଉ କିଛି ଆନ୍ତର୍ଜାତୀୟ ବିମାନର ରୁଟକୁ କମାଇବାକୁ ଯୋଜନା କରୁଛି ବୋଲି ସୁତ୍ରରୁ ଜଣାପଡିଛି ।

ସୂଚନାନୁସାରେ ପୂର୍ବରୁ ଜେଟ ଏୟାରୱେଜର 120ଟି ବିମାନର ଉଭୟ ଘୋରଇ ଏବଂ ଆନ୍ତର୍ଜାତୀୟ ସେବା ଯୋଗାଉଥିଲା । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା 41କୁ ଆସି ପହଞ୍ଚିଛି । ତେବେ ଏପରି ଭାବରେ କମ୍ପାନୀ କ୍ଷତିରେ ଚାଲୁଥିବ ତେବେ ଆଗାମୀ ଦିନରେ ଏହାର ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା ରହିଛି ।

କମ୍ପାନୀ ତାର ଭେଣ୍ଡରଙ୍କୁ 15 ହଜାର କୋଟି ଦେବାକୁ ଥିବା ବେଳେ ମାତ୍ର 8 ହଜାର କୋଟିର ବ୍ୟବସାୟ କରିପାରୁଛି । ଏପରି ସ୍ଥଳରେ ପାଇଲଟ ଏବଂ କ୍ରିୟୁ ମେମ୍ବରଙ୍କୁ ବେତନ ଦେବାରେ ଅକ୍ଷମ ହେଇପଡୁଛି । କିଛି ଦିନ ପୂର୍ବେ ଏବି ବକେୟା ବେତନକୁ ନେଇ କମ୍ପାନୀ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନେକ ପାଇଲଟ ଓ କର୍ମଚାରୀ ଅନ୍ୟ କମ୍ପାନୀରେ ନିଯୁକ୍ତ ହେଉଛନ୍ତି ।

ABOUT THE AUTHOR

...view details