ଓଡିଶା

odisha

ଉଛୁଳୁଛି ସେୟାର ବଜାର, 2 ଦିନ ହେବ ସବୁଜ ସଙ୍କେତରେ କାରବାର

By

Published : Jun 2, 2020, 10:45 AM IST

ଲକଡାଉନ ସତ୍ତ୍ବେ ଜମୁଛି ସେୟାର ବଜାର କାରବାର। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଗତ 2 ଦିନ ବଜାର ସବୁଜ ସଙ୍କତରେ ଖୋଲିବା ସହ ଭଲ ବେପାର ହେଉଛି।

ଉଛୁଳୁଛି ସେୟାର ବଜାର, ଲଗାତାର 2 ଦିନ ହେବ ସବୁଜ ସଙ୍କେତରେ କାରବାର ଆରମ୍ଭ
ଉଛୁଳୁଛି ସେୟାର ବଜାର, ଲଗାତାର 2 ଦିନ ହେବ ସବୁଜ ସଙ୍କେତରେ କାରବାର ଆରମ୍ଭ

ନୂଆଦିଲ୍ଲୀ: ଲକଡାଉନ ସତ୍ତ୍ବେ ଜମୁଛି ସେୟାର ବଜାର କାରବାର। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଗତ 2 ଦିନ ବଜାର ସବୁଜ ସଙ୍କତରେ ଖୋଲିବା ସହ ଭଲ ବେପାର ହେଉଛି। ଯାହାଫଳରେ ନିବେଶକମାନଙ୍କୁ ସନ୍ତୋଷ ମିଳିଛି। ସୋମବାର ବଜାର ସବୁଜ ସଙ୍କେତରେ ଖୋଲି ଥିବା ବେଳେ ଆଜି ମଧ୍ୟ ତାହା ବଜାୟ ରହିଛି। କାରବାର ଆରମ୍ଭରୁ ବିଏସଇ ସେନସେକ୍ସ 295.41 ପଏଣ୍ଟ ବୃଦ୍ଧି ପାଇ 33,598.93 ଥିବାବେଳେ ଏନଏସଇ ନିଫ୍ଟି 80.75 ପଏଣ୍ଟ କୁ ବୃଦ୍ଧି ପାଇଛି ।

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସେନସେକ୍ସ ପ୍ୟାକର ପ୍ରମୁଖ ଲାଭକାରୀ ସଂସ୍ଥା ଥିଲେ। ଯାହା 4.46 ପ୍ରତିଶତକୁ ବୃଦ୍ଧି ପାଇ ବ୍ୟାଙ୍କର୍ ଉଦୟ କୋଟାକ୍ ମଙ୍ଗଳବାର ଦିନ ରଣଦାତାରେ 6,800 କୋଟି ଟଙ୍କାରୁ 2.83 ପ୍ରତିଶତ ଅଂଶଧନ ବିକ୍ରି କରିବେ ବୋଲି ଖବର ପ୍ରକାଶ ପାଇଥିଲା। ଏହି ଅଂଶଧନ ବିକ୍ରୟ ଦେଶର ଚତୁର୍ଥ ବୃହତ୍ତମ ବେସରକାରୀ କ୍ଷେତ୍ର ରଣ ପ୍ରଦାନକାରୀଙ୍କ ଅଂଶଧନକୁ ଆରବିଆଇ ଦ୍ୱାରା 26 ପ୍ରତିଶତକୁ ହ୍ରାସ କରିବାରେ ସାହାଯ୍ୟ କରିବ।

ଘରୋଇ ଅର୍ଥନୀତି ପାଇଁ ସରକାରଙ୍କ ପୁନଃ ଖୋଲିବା ଯୋଜନାକୁ ନେଇ ଆଶାବାଦୀତା ଦ୍ୱାରା 2.5 ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ମାର୍କେଟ ସବୁଜ ରଙ୍ଗରେ ଶେଷ ହୋଇଛି। ଇକ୍ୱିଟି ବେଞ୍ଚମାର୍କ ସେନ୍ସେକ୍ସ 879.42 ପଏଣ୍ଟ ବୃଦ୍ଧି ପାଇ କାରବାର 33,303.52 ରେ ବନ୍ଦ ହୋଇଛି। ସେହିଭଳି, ଏନଏସଇ ନିଫ୍ଟି 245.85 ପଏଣ୍ଟରେ ପହଁଞ୍ଚି 9,826.15 ରେ ଶେଷ ହୋଇଛି।

ABOUT THE AUTHOR

...view details