ଓଡିଶା

odisha

By

Published : Oct 8, 2020, 5:48 PM IST

ETV Bharat / business

ବଜାରରେ ରେକର୍ଡ: 40 ହଜାର ଟପିଲା ସେନସେକ୍ସ , ନିଫ୍ଟି 11800

ପୁଞ୍ଜି ବଜାରରେ ପ୍ରଫିଟ ବର୍ଷା । ନିବେଶକ ମାଲାମାଲ । ସେନସେକ୍ସ 40 ହଜାର ଟପିଥିଲା ବେଳେ ନିଫ୍ଟି ଆଇଟି ସର୍ବକାଳୀନ ସ୍ତରରେ ରହିଛି ।

ବଜାରରେ ରେକର୍ଡ:  40 ହଜାର ଟପିଲା ସେନସେକ୍ସ , ନିଫ୍ଟି 11,800
ବଜାରରେ ରେକର୍ଡ: 40 ହଜାର ଟପିଲା ସେନସେକ୍ସ , ନିଫ୍ଟି 11,800

ମୁମ୍ବାଇ: ଭାରତୀୟ ସେୟାର ବଜାରରେ ଖୁସିର ଲହରୀ । ଗୁରୁବାର ସେନସେକ୍ସ 40 ହଜାର ସ୍ତର ପାର କରିଥିଲା ବେଳେ ନିଫ୍ଟି ମଧ୍ୟ ଭଲ ପ୍ରଦର୍ଶନ କରିଛି ।

ବଜାରରେ ରେକର୍ଡ: 40 ହଜାର ଟପିଲା ସେନସେକ୍ସ , ନିଫ୍ଟି 11,800

ଆମେରିକାରେ ଅର୍ଥବ୍ୟବସ୍ଥାକୁ ସପୋର୍ଟ ଦେବା ପାଇଁ ନୂଆ ରିଲିଫ ପ୍ୟାକେଜର ଆଶା ପୁର୍ନଜାଗ୍ରତ ପରେ ଗୁରୁବାର କାରବାର କାଳରେ ଅଧିକାଂଶ ଦେଶର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି ।

ଆଜିର କାରବାର ମଧ୍ୟରେ ସେନସେକ୍ସ ସର୍ବାଧିକ 400 ପଏଣ୍ଟ ବଢିଥିଲା ବେଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 303.72 ପଏଣ୍ଟ ବୃଦ୍ଧି ସହ 40,182.67 ପଏଣ୍ଟରେ ବନ୍ଦ ହୋଇଛି । ଆଜିର ଦିନରେ ସେନସେକ୍ସ ସର୍ବାଧିକ 40,468.88 ଓ ସର୍ବନିମ୍ନ 40,062.23 ପଏଣ୍ଟ ଛୁଇଁଥିଲା ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 95.75 ପଏଣ୍ଟ ଉଛୁଳି 11,834.60 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ ଲିଷ୍ଟରେ ଅଲ୍ଟ୍ରାଟେକ ସିମେଣ୍ଟ , ଟିସିଏସ, ଏଚସିଏଲ ଟେକ, ଇମ୍ଫୋସିସ, ଏଚଡିଏଫସି ବ୍ୟାଙ୍କ ଏବଂ ସନ ଫାର୍ମା ଅଧିକ ପ୍ରଫିଟ କମାଇଥିଲା ବେଳେ ଓଏନଜିସି, ଆଇଟିସି, ପାୱାରଗ୍ରୀ଼ଡ, ରିଲାଏନ୍ସ, ଏସିଆନ ପେଣ୍ଟସ ଏବଂ ଏଲ ଆଣ୍ଡ ଟି ରେଡ ଆଲର୍ଟରେ କାରବାର ବନ୍ଦ କରିଛି ।

ABOUT THE AUTHOR

...view details