ଓଡିଶା

odisha

ETV Bharat / business

ସେୟାର ବଜାରରେ ଶୁଭ ସଙ୍କେତ, 50 ହଜାର ସ୍ତର ଟପିଲା ସେନସେକ୍ସ - market update

ପୁଞ୍ଜି ବଜାରରେ ପ୍ରଫିଟ । ନିବେଶକଙ୍କ ଧାରଣା ମଜବୁତ ସହ ସେନସେକ୍ସ 50 ହଜାର ଓ ନିଫ୍ଟି 15 ହଜାର ସ୍ତର ଟପିଲା । ସେପଟେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ହୋଇଛି ସୁଦୃଢ । ଅଧିକ ପଢନ୍ତୁ..

ସେୟାର ବଜାରରେ ଶୁଭ ସଙ୍କେତ
ସେୟାର ବଜାରରେ ଶୁଭ ସଙ୍କେତ

By

Published : May 18, 2021, 9:17 PM IST

ମୁମ୍ବାଇ: ଗତ କିଛି ଦିନ ଧରି କୋରୋନା ସଂକ୍ରମଣ ମାମଲା ହ୍ରାସ ଓ ଆର୍ଥିକ ଗତିବିଧିରେ ସୁଧାର ପ୍ରଭାବରେ ଚମକିଲା ଘରୋଇ ଇକ୍ୟୁଟି ବଜାର । ମଙ୍ଗଳବାର ସେୟାର ବଜାରରେ ବୃଦ୍ଧି ଦେଖାଦେଇଛି । ନିବେଶକଙ୍କ ଧାରଣା ମଜବୁତ ପ୍ରଭାବରେ ସେନସେକ୍ସ ଓ ନିଫ୍ଟି ଉଭୟ ସେୟାର ସୂଚକାଙ୍କ ଉପରମୁହାଁ ରହିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 612.60 ପଏଣ୍ଟ ବଢି 50 ହଜାର ସ୍ତର ପାର କରି 50,193.33 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସ ମାର୍ଚ୍ଚ 16 ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 184.95 ପଏଣ୍ଟ ଉଛୁଳି 15,000 ପଏଣ୍ଟ ସ୍ତର ଉପର 15,108.10 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସରେ ସାମିଲ ସେୟାରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସବୁଠୁ ଅଧିକ ପ୍ରାୟ 6 ପ୍ରତିଶତ ଚଢିଛି । ବଜାଜ ଅଟୋ , ଟାଇଟନ , ବଜାଜ ଫାଇନାନ୍ସ , ଏଚଡିଏଫସି ବ୍ୟାଙ୍କ ସେୟାର ଲାଭରେ ରହିଛି । ସେପଟେ ଭାରତୀ ଏୟାରଟେଲ , ଆଇଟିସି , ଡା. ରେଡ୍ଡୀଜ ଲ୍ୟାବ ଓ ଷ୍ଟେଟ ବ୍ୟାଙ୍କ ଭଳି ଅନେକ ପ୍ରମୁଖ ସେୟାରର ହ୍ରାସ ଦେଖାଦେଇଛି ।

ଏଥିମଧ୍ୟରେ ବ୍ରେଣ୍ଟ ଅଶୋଧିତ ତୈଳ ଦାମ 0.82 ପ୍ରତିଶତ ବଢି ବ୍ୟାରେଲ ପ୍ରତି 70.03 ଡଲାର ରହିଛି । ଅନ୍ୟପଟେ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା 17 ପଇସା ସୁଦୃଢ ହୋଇ 73.05 ଡଲାରରେ ପହଞ୍ଚିଛି ।

ABOUT THE AUTHOR

...view details