ଓଡିଶା

odisha

ETV Bharat / business

ଏୟାର ଷ୍ଟ୍ରାଇକରେ ପ୍ରଭାବିତ ସେୟାର ବଜାର, ଭୟରେ ବିଦେଶୀ ନିବେଶକ - loss

ଭାରତୀୟ ବାୟୁସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ସେୟାର ବଜାରରେ ହଇଚଇ ସୃଷ୍ଟି ହୋଇଛି । 2 ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା କରି ଭୟଭୀତ ହୋଇପଡିଛନ୍ତି ବିଦେଶୀ ନିବେଶକ । କୌଣସି ରିସ୍କ ଯେପରି ନ ଆସିବ ସେଥିପାଇଁ ନିବେଶ ପାଇଁ ପଛଘୁଞ୍ଚା ଦେଇଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Feb 27, 2019, 9:42 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଗଲା ପ୍ରତିଶୋଧ । ଭାରତୀୟ ବାୟୁସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ସେୟାର ବଜାରରେ ହଇଚଇ ସୃଷ୍ଟି ହୋଇଛି । 2 ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା କରି ଭୟଭୀତ ହୋଇପଡିଛନ୍ତି ବିଦେଶୀ ନିବେଶକ । କୌଣସି ରିସ୍କ ଯେପରି ନ ଆସିବ ସେଥିପାଇଁ ନିବେଶ ପାଇଁ ପଛଘୁଞ୍ଚା ଦେଇଛନ୍ତି ।

ମଙ୍ଗଳବାର ଭାରତୀୟ ସେୟାର ବଜାରରେ ବଡ ବିପର୍ଯ୍ୟୟ । କାରବାର ଆରମ୍ଭରୁ ତଳମୁହାଁ ସେନ୍ସସେକ୍ସ ଓ ନିଫ୍ଟି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 343.20ପଏଣ୍ଟର ହ୍ରାସ ସହ 35,870.18 ରେ ଚାଲିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ 105.45 ପଏଣ୍ଟ ଖସି 10,774.65 ରହିଛି ।

ଏସିଆ ବଜାରରେ ଜାପାନର ନିକ୍କି 0.20 ପ୍ରତିଶତ , ହଙ୍ଗକଙ୍ଗର ହେଙ୍ଗସେଙ୍ଗ 0.49 ପ୍ରତିଶତ, ତାଇବାନ ସେୟାର ବଜାର 0.14 ପ୍ରତିଶତ ଓ ଦକ୍ଷିଣକୋରିଆର କୋସ୍ପୀ 0.19 ପ୍ରତିଶତ ହ୍ରାସ ସହ କାରବାର ଚାଲିଛି ।

For All Latest Updates

ABOUT THE AUTHOR

...view details