ଓଡିଶା

odisha

ETV Bharat / business

ତେଲ କଟକଣା ପ୍ରଭାବ: 39 ହଜାର ତଳକୁ ଖସିଲା ସେନସେକ୍ସ

ଗୋଟିଏ ଦିନର ବିରତି ପରେ ଖସିଲା ସେୟାର ବଜାର । ଗୁରୁବାର ସେନସେକ୍ସ 39,000 ତଳେ ରହିଥିବା ବେଳେ ନିଫ୍ଟି ଏତେଟା ଭଲ ପ୍ରଦର୍ଶନ କରିନି ।

By

Published : May 2, 2019, 9:54 PM IST

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ଗୋଟିଏ ଦିନର ବିରତି ପରେ ଖସିଲା ସେୟାର ବଜାର । ଗୁରୁବାର ସେନସେକ୍ସ 39,000 ତଳେ ରହିଥିବା ବେଳେ ନିଫ୍ଟି ଏତେଟା ଭଲ ପ୍ରଦର୍ଶନ କରିନି । ଘରୋଇ ବଜାରରେ ମାନ୍ଦାବସ୍ଥା ଓ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ପ୍ରଭାବରେ ପ୍ରଫିଟ ରେଖା ତଳମୁହାଁ ହେଉଛି ।

ଲଗାତାର 2 ସପ୍ତାହ ଧରି ମାନ୍ଦାରେ ଚାଲିଛି ବଜାର । ଗୁରୁବାର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 50.12 ପଏଣ୍ଟ ହ୍ରାସ ପାଇ 38,981.43 ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 23.40 ପଏଣ୍ଟ କମି 11,724.75 ବନ୍ଦ ହୋଇଛି । ବୁଧବାର ସକାଳୁ ସେନସେକ୍ସ 39,036.51ରେ କାରବାର ଆରମ୍ଭ କରିଥିଲା ।

ପ୍ରକାଶ ଥାଉ ଯେ, ଇରାନରୁ ତେଲ ଆମଦାନୀ ଉପରେ ଆମେରିକା ପ୍ରତିବନ୍ଧକ ପ୍ରଭାବ ବଜାରରେ ଭାରି ମାତ୍ରାରେ ପଡୁଛି । ତୈଳ କମ୍ପାନୀଗୁଡିକର ନିବେଶ କ୍ରମଶଃ କମିବାରେ ଲାଗିଛି । ଯେଉଁଥିପାଇଁ ପ୍ରଫିଟ ରେଖା ଉପର-ତଳ ସହ ସବୁଜ ଓ ନାଲି ଆଲର୍ଟ ଦେଉଛି । ଚଳିତ ସପ୍ତାହରେ 2 ଦିନ କାରବାର ବନ୍ଦ ରହିଥିଲା ।

For All Latest Updates

ABOUT THE AUTHOR

...view details