ଓଡିଶା

odisha

ETV Bharat / business

ଟ୍ରେଡ ୱାର ପ୍ରଭାବ: ଖସୁଛି ସେୟାର, ନିବେଶକ ହରାଇଲେଣି ସାଢେ 4ଲକ୍ଷ କୋଟି

ଚୀନ ଓ ଆମେରିକା ଟ୍ରେଡୱାର ଭିତରେ ପ୍ରଭାବିତ ଭାରତୀୟ ସେୟାର ବଜାର । କ୍ରମାଗତ 6 ଧରି ଜାରି ରହିଛି ହ୍ରାସ । ଏଥିଯୋଗୁଁ ନିବେଶକଙ୍କ 4.66 ଲକ୍ଷ କୋଟି ଟଙ୍କା ପାଣିରେ ପଡିସାରିଲାଣି ।

By

Published : May 9, 2019, 3:10 AM IST

ଫାଇଳଫଟୋ

ନୂଆଦିଲ୍ଲୀ: ଚୀନ ଓ ଆମେରିକା ଟ୍ରେଡୱାର ଭିତରେ ପ୍ରଭାବିତ ଭାରତୀୟ ସେୟାର ବଜାର । କ୍ରମାଗତ 6 ଧରି ଜାରି ରହିଛି ହ୍ରାସ । ସେୟାର ଖସିବା ଯୋଗୁଁ ନିବେଶକଙ୍କ 4.66 ଲକ୍ଷ କୋଟି ଟଙ୍କା ପାଣିରେ ପଡିସାରିଲାଣି ।

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 487 ପଏଣ୍ଟ ହ୍ରାସ ପାଇ 37789 ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 138 ପଏଣ୍ଟ କମି 11359 ବନ୍ଦ ହୋଇଛି ।

ସକାଳୁ ସେନସେକ୍ସ 215.85ରେ କାରବାର ଆରମ୍ଭ ହୋଇଥିଲା । ସମୟ ଗଡିବା ସହ ସେୟାର ମଧ୍ୟ ହ୍ରାସ ପାଇଥିଲା । ତେବେ ଏହି ହ୍ରାସର ମୁଖ୍ୟ କାରଣ ଚୀନକୁ ଆମେରିକାର 25 ପ୍ରତିଶତ ତାରିଫ ଧମକ । ଯଦି ଆମେରିକା ଏହାକୁ ଲାଗୁ କରେ ତେବେ ସମଗ୍ର ଦେଶ ଭାରୀ ମାତ୍ରାରେ ପ୍ରଭାବିତ ହେବ ବୋଲି ବିଶ୍ବର ବଡ ନିବେଶକ ୱାରିନ ବଫେଟ କହିଛନ୍ତି ।

For All Latest Updates

ABOUT THE AUTHOR

...view details