ଓଡିଶା

odisha

ETV Bharat / business

ନାଖୁସ କଲା ନିର୍ମଳା ବଜେଟ , 2 ଦିନରେ 1200 ପଏଣ୍ଟ ଖସିଲା ସେନସେକ୍ସ

ବଜେଟରେ ପ୍ରଭାବରେ ହୁଲସ୍ତୁଲ ବଜାର । ମନକୁ ପାଇଲାନି ନିର୍ମଳାଙ୍କ ବଜେଟ । ତଳକୁ ଖସୁଛି ସେନସେକ୍ସ । କୋଟି କୋଟି ହରାଇ ବେହାଲ ନିବେଶକ ।

By

Published : Jul 8, 2019, 7:48 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ନିର୍ମଳା ବଜେଟ ବହିଖାତା ଖୋଲିବା ପରେ ବଜାରରେ ଭୁକମ୍ପ । ମୁଣ୍ଡରେ ହାତ ଦେଲେଣି ନିବେଶକ । କ୍ଷତିରେ ଚାଲିଛି କାରବାର । ସୋମବାର ସେନସେକ୍ସ 794 ପଏଣ୍ଟ ହ୍ରାସ ପାଇଥିଲା ବେଳେ ନିଫ୍ଟି 253 ପଏଣ୍ଟ ଖସିଛି । ଯାହାକି ବର୍ଷର ସର୍ବନିମ୍ନ ଦିନିକିଆ ହ୍ରାସ ।


ଦିନ ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 792.82 ପଏଣ୍ଟ କମି 38,720.57ରେ ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 252.55 ପଏଣ୍ଟ ତଳମୁହାଁ ହୋଇ 11,558.60 ରେ କାରବାର ବନ୍ଦ କରିଛି ।

ଏହା ପୂର୍ବରୁ ସେନସେକ୍ସ 900 ପଏଣ୍ଟ ତଳେ ରହିଥିଲା ବେଳେ ନିଫ୍ଟି 288 ପଏଣ୍ଟ ମାନ୍ଦାରେ କାରବାର କରୁଥିଲା । ଶୁକ୍ରବାର ବଜେଟ ଆଗତ ପରେ ବଜାର 395 ପଏଣ୍ଟ ଖସି ବନ୍ଦ ହୋଇଥିଲା । ଫଳରେ ନିବେଶକଙ୍କୁ ପାଖାପାଖୀ 2.2 ଲକ୍ଷ କୋଟି ହରାଇବାକୁ ପଡିଥିଲା । ଆଜି ପୁଣି ଭାରୀ ହ୍ରାସ ସହ ବଜାର ବନ୍ଦ ହୋଇଛି । 2 ଦିନରେ ସେନସେକ୍ସ 1200 ପଏଣ୍ଟ ଖସିଲାଣି । ବଜେଟ ଆସିବା ପୂର୍ବରୁ ସେନସେକ୍ସ 40 ହଜାର ପାର କରିଥିବା ବେଳେ ଆଜି 38 ହଜାର ଛୁଇଁବା ଉପରେ ସେନସେକ୍ସ ।

For All Latest Updates

ABOUT THE AUTHOR

...view details