ଓଡିଶା

odisha

By

Published : May 26, 2020, 9:32 PM IST

ETV Bharat / business

ଆରବିଆଇ ଓ କେନ୍ଦ୍ରକୁ ସୁ୍ପ୍ରିମକୋର୍ଟଙ୍କ ନୋଟିସ ଜାରି

3 ମାସର ଇଏମଆଇ ସ୍ଥଗିତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ଯାଚିକା ନେଇ ଆରବିଆଇ ଓ କେନ୍ଦ୍ରକୁ ନୋଟିସ ଜାରି । ଅଧିକ ପଢନ୍ତୁ...

SC issues notice to RBI & Centre
ଆରବିଆଇ ଓ କେନ୍ଦ୍ରକୁ ସୁ୍ପ୍ରିମକୋର୍ଟଙ୍କ ନୋଟିସ ଜାରି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏକ ଯାଚିକା ଆଧାରରେ ଏହି ନୋଟିସ ଜାରି କରିଛନ୍ତି । ଏହି ଯାଚିକାରେ ଆରବିଆଇ ଦ୍ବାରା ଘୋଷଣା ହୋଇଥିବା 3 ମାସର ଇଏମଆଇ ସ୍ଥଗିତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି ।

ଏହି ଯାଚିକା ଗଜେନ୍ଦ୍ର ଶର୍ମାଙ୍କ ଦ୍ବାରା ଦାଏର କରାଯାଇଛି । ଏଥିରେ ଇଏମଆଇ ସ୍ଥଗିତ ଅବଧି ପରେ ପୁଣି ସୁଧ ଆଦାୟ କରିବା ପଦକ୍ଷେପ ଅସମ୍ବିଧାନିକ ବୋଲି ଆରୋପ ଲଗାଇଛି । କାରଣ ଲୋକ ଆର୍ଥିକ ସଙ୍କଟର ସାମ୍ନା କରୁଛନ୍ତି । ଲକଡାଉନ ଯୋଗୁଁ ଆୟ ହ୍ରାସ ପାଇଛି ।

ଏପେଟ ଆରବିଆଇ ଇଏମଆଇ ପେମେଣ୍ଟ ଉପରେ ସ୍ଥଗିତାଦେଶ ଦେଇଛି । କିନ୍ତୁ ଏହି ସ୍ଥଗିତାଦେଶ ଋଣର ସୁଧ ଉପରେ ଦିଆଯାଇନାହିଁ । ଯାହାକି ଏବେ ଅଗଷ୍ଟ 31 ଯାଏଁ ବଢାଇ ଦିଆଯାଇଛି ।

ଏ ନେଇ SG ତୁଷାର ମେହେତା କୋର୍ଟକୁ ସୂଚିତ କରିଛନ୍ତି କି, ଆରବିଆଇକୁ ଏହି ମାମଲାରେ ଜବାବ ଦେବା ଦରକାର । ଏହାପରେ ଖଣ୍ଡପୀଠ ଏହାର ଜବାବ ତଲବ ପାଇଁ ଆରବିଆଇକୁ 1 ସପ୍ତାହ ସମୟ ଦେଇଛନ୍ତି ।

ABOUT THE AUTHOR

...view details