ଓଡିଶା

odisha

ETV Bharat / business

ଆଜିଠୁ ନୂଆ ନିୟମ, ଆପଣଙ୍କ ଉପରେ ପଡିବ ସିଧା ପ୍ରଭାବ !

ମେ ପହିଲାରୁ ଏସବିଆଇ, ରେଲୱେ ଏବଂ ଏୟାର ଇଣ୍ଡିଆ ପକ୍ଷରୁ ଆଜିଠାରୁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ଉପରେ ପଡିପାରେ । ଜାଣିବା ଏହି ବଦଳୁଥିବା ପରିବର୍ତ୍ତନ ନିୟମ ଉପରେ ।

ଡିଜାଇନ ଫଟୋ

By

Published : May 1, 2019, 2:32 PM IST


ନୂଆଦିଲ୍ଲୀ: ମେ 1ତଥା ଆନ୍ତର୍ଜୀତୀୟ ଶ୍ରମିକ ଦିବସ । ମେ ପହିଲାରୁ ଏସବିଆଇ, ରେଲୱେ ଏବଂ ଏୟାର ଇଣ୍ଡିଆ ପକ୍ଷରୁ ଆଜିଠାରୁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ଉପରେ ପଡିପାରେ । ଜାଣିବା ଏହି ବଦଳୁଥିବା ପରବର୍ତ୍ତନ ନିୟମ ଉପରେ ।

ଟ୍ରେନ ଯାତ୍ରା:
ଏଣିକି ଟ୍ରେନ ଯାତ୍ରା ଆରମ୍ଭ କରିବାର 4 ଘଣ୍ଟା ପୂର୍ବରୁ ଆପଣ ବୋଡିଙ୍ଗ ଷ୍ଟେସନ ପରିବର୍ତ୍ତନ କରିପାରିବେ । ପୂର୍ବରୁ ଯାତ୍ରା ଆରମ୍ଭର 24 ଘଣ୍ଟା ପୂର୍ବରୁ ହିଁ ଷ୍ଟେସନ ବଦଳା ଯାଇପାରୁଥିଲା । ହେଲେ ଆପଣ ବୋଡିଙ୍ଗ ଷ୍ଟେସନରେ ବଦଳାଇଛନ୍ତି, ଆଉ ଟିକେଟ କ୍ୟାନସେଲ କରୁଛନ୍ତି । ତେବେ ଆପଣଙ୍କ ଟଙ୍କା ଆଉ ରିଫଣ୍ଡ ହେବ ନାହିଁ ।

ବିମାନ ଯାତ୍ରା:
ଏୟାର ଇଣ୍ଡିଆ ଟିକେଟ ବୁକ କରିବାର 24 ଘଣ୍ଟା ମଧ୍ୟରେ ଟିକେଟ ରଦ୍ଦ ବା କ୍ୟାନସେଲ କଲେ, କିମ୍ବା ଏହାକୁ ପରିବର୍ତ୍ତନ କଲେ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ତେବେ ଯାତ୍ରୀମାନେ ଏହି ସୁବିଧାର ଲାଭ ସେତେବେଳେ ଉଠାଇ ପାରିବେ, ଯେତେବେଳେ ଯାତ୍ରୀଙ୍କ ଦ୍ବାରା ବୁକ କରାଯାଇଥିବା ଟିକେଟ ଅତି କମରୁ 7 ଦିନ ତଳେ ହୋଇଥିବ ।

ବ୍ୟାଙ୍କ ସେବା:
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ପକ୍ଷରୁ ନିଜ E-Vit PNB Kittyକୁ ବନ୍ଦ କରାଯାଇଛି । ବ୍ୟାଙ୍କ ପକ୍ଷରୁ 30 ଏପ୍ରିଲ ଯାଁଏ ସମସ୍ତ ଗ୍ରାହକଙ୍କୁ ନିଜ ୱାଲେଟରେ ଥିବା ଜମା ରାଶିକୁ ଖର୍ଚ୍ଚ କିମ୍ବା ଟ୍ରାସଫର କରିବାକୁ କୁହାଯାଇଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ( SBI)ରେ ସେଭିଙ୍ଗ ଆକାଉଣ୍ଟ ଏବଂ ସର୍ଟ ଟର୍ମ ଲୋନ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହାସହ ଋଣ ପରିଶୋଧର ଆଧାର ମଧ୍ୟ ବଦଳା ଯାଇଛି । 1ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସର ସେଭିଙ୍ଗ ଆକାଉଣ୍ଟ ଏବଂ ସର୍ଟ ଟର୍ମ ଲୋନ ପାଇଁ କିସ୍ତିର ପରିମାଣକୁ RBIର ରିପୋ ରେଟ ସହ ଲିଙ୍କ କରାଯାଇଛି । ତେବେ ଏହି ନୂଆ ନିୟମରେ କିଛି ଜମାକାରୀଙ୍କୁ ଝଟକା ଲାଗିଥିବାବେଳେ ସର୍ଟ ଟର୍ମ ଲୋନ କିଛିଟା ଶସ୍ତା ହୋଇଯିବ।

ABOUT THE AUTHOR

...view details