ଓଡିଶା

odisha

ETV Bharat / business

ଏନସିଏଲଟିରେ ଜେଟ, ମଙ୍ଗ ଧରିବାକୁ ମିଳିଲେନି ମାଲିକ

ବୁଡିଗଲା ଜେଟ ଏୟାରୱେଜ ପୁନରୁଦ୍ଧାର ଯୋଜନା । କମ୍ପାନୀ ଅଣ୍ଟା ସଳଖିବାକୁ ମିଳୁନାହାନ୍ତି ନିବେଶକ । ଶେଷରେ ମାମଲାକୁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନସିଏଲଟି)କୁ ନେବାକୁ ନିଷ୍ପତ୍ତି ନେଇଛି ଏସବିଆଇ ।

ପ୍ରତିକାତ୍ମକ ଫଟୋ

By

Published : Jun 18, 2019, 8:18 AM IST

Updated : Jun 18, 2019, 8:30 AM IST

ନୂଆଦିଲ୍ଲୀ: ଆଉ ଅଣ୍ଟା ସଳଖି ପାରିବନି ଦେଶର ସର୍ବପୁରାତନ ଏୟାରଲାଇନ୍ସ ଜେଟ ଏୟାର ୱେଜ । ବହୁ ପ୍ରଚେଷ୍ଟା ପରେ ମଧ୍ୟ ସୁଧୁରୁପାରିଲାନି ସ୍ଥିତି । ଘୋର ଅର୍ଥ ସଙ୍କଟ ଦେଇ ଗତି କରୁଥିବାରୁ ଏଥିରେ ଟଙ୍କା ଲଗାଇବାକୁ ନିବେଶକ ବି ନାରାଜ । ଶେଷରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ପୁନରୁଦ୍ଧାର କରି ନପାରି ମାମଲାକୁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନସିଏଲଟି)କୁ ନେବାକୁ ନିଷ୍ପତ୍ତି ନେଇଛି । ଇନସଲଭୋନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ(ଆଇବିସି) ଅଧିନରେ ଏହି ମାମଲାର ସମାଧାନ କରାଯିବ ।

ଋଣ ଭାରରରେ ବୁଡି ରହିଛି ଜେଟ । ଏପରିକି ବିମାନ ଉଡାଇବାକୁ ତେଲ କିଣିବାକୁ ମଧ୍ୟ ସାମର୍ଥ୍ୟ ନଥିବାରୁ କମ୍ପାନୀରେ ତାଲା ଝୁଲୁଛି । ତେବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ଏହି କମ୍ପାନୀର ମଙ୍ଗ ଧରିବାକୁ ମଧ୍ୟ ଏଯାଏ କେହି ଆଗେଇ ଆସିନାହାନ୍ତି । ବିଡ ନେଇ ଗୋଟିଏ ବି ପ୍ରସ୍ତାବ ମିଳିନାହିଁ । ଆଉ ଯେଉଁ ଗୋଟିଏ ଆସିଛି ସେଥିରେ ସର୍ତର ଲମ୍ବା ଲାଇନ ଜଡିତ ରହିଛି ।

ଋଣଦାତା ଅନ୍ୟ କୌଣସି ସଫଳତା ନ ପାଇ ଆଇବିସି ଜରିଆରେ ମାମଲାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ କିନ୍ତୁ ଏନସିଏଲଟି ବାହାରେ ରହି ମାମଲାର ରଫାଦଫା କରିବାକୁ ଋଣଦାତା ଚେଷ୍ଟା କରିଥିଲେ । କିନ୍ତୁ ଏବେ ଏହା ସେମାନଙ୍କ ସପକ୍ଷରେ ଅସମ୍ଭବ ହୋଇପଡିଛି ।

ପ୍ରକାଶ ଥାଉ ଯେ, ଏପ୍ରିଲ 17ରେ ଜେଟ ଅସ୍ଥାୟୀ ଭାବେ ବନ୍ଦ ହୋଇପଡିଥିଲା । ପାଖାପାଖି 8 ହଜାର 500 କୋଟି ଟଙ୍କାର ଋଣ ବୋଝରେ ଦବିଯାଇଛି କମ୍ପାନୀ । ଏଥିଲାଗ କେହି ମଧ୍ୟ ଏହାର ମାଲିକାନା ପାଇଁ ପ୍ରସ୍ତୁତ ହେଉନାହାନ୍ତି । ଆଉ ହିନ୍ଦୁଜା ଭଳି ଯେଉଁ ସବୁ କମ୍ପାନୀ ଇଚ୍ଛୁକ ଥିଲେ ସେମାନେ ବି ଏବେ ଏଥି ପ୍ରତି ମୁହଁ ଫେରାଇଦେଲେଣି ।

Last Updated : Jun 18, 2019, 8:30 AM IST

For All Latest Updates

ABOUT THE AUTHOR

...view details