ଓଡିଶା

odisha

ETV Bharat / business

ପୁଣି ଏଫଡି ସୁଧ ହାର କମାଇଲା ଏସବିଆଇ - ବଲ୍କ ଡିପୋଜିଟ

ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଜମା ଉପରେ ପୁଣି ସୁଧ ହାର ହ୍ରାସ ଘୋଷଣା କରିଛି । ଉଭୟ ରିଟେଲ ଟର୍ମ ଓ ବଲ୍କ ଜମା ଉପରେ ସୁଧ ହ୍ରାସ ହୋଇଛି । ଅଧିକ ପଢନ୍ତୁ..

SBI cuts interest rates on fixed deposits across tenors
ପୁଣି ଏଫଡି ସୁଧ ହାର କମାଇଲା ଏସବିଆଇ

By

Published : May 28, 2020, 7:06 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏଫଡି କରିଥିବା ଗ୍ରାହକଙ୍କୁ ଝଟକା । କମିଲା ଫିକ୍ସଡ ଡିପୋଜିଟ(FD)ରେ ମିଳୁଥିବା ସୁଧ ହାର । ରିଟେଲ (2 କୋଟିରୁ କମ) ଟର୍ମ ଡିପୋଜିଟ ଉପରେ 40 ବେସିସ ପଏଣ୍ଟ ହ୍ରାସ କରିଛି ଏସବିଆଇ । ଏହି ହ୍ରାସ ସମସ୍ତ ଅବଧିର ଏଫଡି ଉପରେ ଲାଗୁ ହେବ । ନୂଆ ସୁଧ ଦର ବୁଧବାର ଠାରୁ ଲାଗୁ ହୋଇଛି ।

ବ୍ୟାଙ୍କ ବଲ୍କ ଜମା (2 କୋଟି କିମ୍ବା ତା ଠାରୁ ଅଧିକ) ଉପରେ ମଧ୍ୟ ସୁଧ ଦର 50 ବେସିସ ପଏଣ୍ଟ ହ୍ରାସ କରିଛି ।

ମେ ମାସରେ ଏସବିଆଇ 2 ଥର ଏଫଡି ସୁଧ ଦର ହ୍ରାସ କରିଛି । ଏହା ପୂର୍ବରୁ ମେ 12ରେ ବ୍ୟାଙ୍କ ନିଜ ଜମା ଦରରେ ହ୍ରାସ କରିଥିଲା ।

  • ଏସବିଆଇ ୱେବସାଇନ ଅନୁସାରେ 7ରୁ 45 ଦିନର ଅବଧି ପାଇଁ FD ଜମା ଉପରେ ସୁଧ ଦର 2.90 ପ୍ରତିଶତ ରହିଛି । ଯାହାକି ପୂର୍ବରୁ 3.30 ପ୍ରତିଶତ ଥିଲା ।
  • ଏଭଳି ଭାବେ 180 ରୁ 210 ଦିନର ଅବଧି ଜମା ଉପରେ ସୁଧ ଦର 4.80 ପ୍ରତିଶତରୁ ହ୍ରାସ କରି 4.40 ପ୍ରତିଶତ କରିଦିଆଯାଇଛି ।
  • 1 ବର୍ଷରୁ ଉଦ୍ଧ୍ବ, 2 ବର୍ଷରୁ କମ ଅବଧିର ଏଫଡିଏ ଉପରେ ଏବେ 5.10 ପ୍ରତିଶତ ହାରରେ ସୁଧ ମିଳିବ । ଯାହାକି ଆଗକୁ 5.50 ପ୍ରତିଶତ ରହିଥିଲା ।
  • 5 ବର୍ଷରୁ 10 ବର୍ଷର ଅବଧି ଜମା ଉପରେ ସୁଧ 5.70 ପ୍ରତିଶତ ବଦଳରେ ଏବେ 5.40 ପ୍ରତିଶତ ମିଳିବ ।
  • ସେହିଭଳି ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସମସ୍ତ ଅବଧିର ଏଫଡି ଜମା ଉପରେ ସୁଧ ଦର40 ବେସିସ ପଏଣ୍ଟ ହ୍ରାସ କରାଯାଇଛି ।

ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ନିକଟରେ କହିଥିଲେ ଯେ, ବର୍ତ୍ତମାନ ସ୍ଥିତିରେ ସୁଧ ଦରରେ ହ୍ରାସ ହେବ । ଏହି ସୁଧ ଦରରେ ହ୍ରାସ ନିଷ୍ପତ୍ତି ଋଣ ଗ୍ରହୀତା ଓ ଜମାକର୍ତ୍ତାଙ୍କ ପାଇଁ ନିଆଯାଉଛି ।

ABOUT THE AUTHOR

...view details