ଓଡିଶା

odisha

ETV Bharat / business

411 କୋଟି ଟଙ୍କାର ଋଣ ଖିଲାପକାରୀଙ୍କ ବିରୋଧରେ SBIର ଅଭିଯୋଗ - ସିବିଆଇ ପାଖରେ ଏସବିଆଇର ମାମଲା ରୁଜୁ

ବିଦେଶକୁ ବାସୁମତି ଚାଉଳ ରପ୍ତାନୀ କରୁଥିବା କମ୍ପାନୀ ଓ ତାର ନିର୍ଦ୍ଦେଶ ନରେଶ ଓ ସୁରେଶ କୁମାର ଏବଂ ସଙ୍ଗୀତାଙ୍କ ବିରୋଧରେ ଏସବିଆଇ ଅଭିଯୋଗ ଆଣିବା ପରେ ସିବିଆଇ ମାମଲା ଦାଏର କରିଛି । ଅଧିକ ପଢନ୍ତୁ...

SBI complains to CBI
411 କୋଟି ଟଙ୍କାର ଋଣ ଖିଲାପକାରୀଙ୍କ ବିରୋଧରେ ଏସବିଆଇର ଅଭିଯୋଗ

By

Published : May 9, 2020, 6:34 PM IST

ନୂଆଦିଲ୍ଲୀ: ରାମଦେବ ଇଣ୍ଟରନ୍ୟାସନାଲର 3 ପ୍ରମୋଟର ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଅଧିନରେ ଥିବା 6 ବ୍ୟାଙ୍କରୁ 411 କୋଟି ଟଙ୍କା ଠକେଇ ପରେ ଫେରାର ହୋଇଯାଇଛନ୍ତି । ସେମାନଙ୍କ ବିରୋଧରେ ଏସବିଆଇ ସିବିଆଇ ପାଖରେ ମାମଲା ରୁଜୁ କରିଛି ।

ଶନିବାର ଜଣେ ଅଧିକାରୀ କହିଛନ୍ତି କି, ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପୂର୍ବରୁ ସେମାନେ ଦେଶ ଛାଡି ପଳାଇଯାଇଛନ୍ତି । ବିଦେଶକୁ ବାସୁମତି ଚାଉଳ ରପ୍ତାନୀ କରୁଥିବା କମ୍ପାନୀ ଓ ତାର ନିର୍ଦ୍ଦେଶ ନରେଶ ଓ ସୁରେଶ କୁମାର ଏବଂ ସଙ୍ଗୀତାଙ୍କ ବିରୋଧରେ ଏସବିଆଇ ଅଭିଯୋଗ ଆଣିବା ପରେ ସିବିଆଇ ମାମଲା ଦାଏର କରିଛି ।

ଏହି ସବୁ ଶିଳ୍ପପତିମାନେ 173 କୋଟି ଟଙ୍କାର ଠକେଇ କରିଥିବା ନେଇ ଏସବିଆଇ ଅଭିଯୋଗ ଆଣିଛି । ଏସବିଆଇ କହିଛ ଯେ, ଏହି କମ୍ପାନୀର କରନାଲ ଜିଲ୍ଲାରେ 3 ଚାଉଳ ମିଲ, 8 ସର୍ଟିଂ ଏବଂ ଗ୍ରେଡିଂ ୟୁନିଟ ଅଛି । କମ୍ପାନୀ ବ୍ୟବସାୟ ପାଇଁ ସାଉଦି ଆରବ ଏବଂ ଦୁବାଇରେ ମଧ୍ୟ କାର୍ଯ୍ୟାଳୟ ଖୋଲିଛି ।

କେବଳ ଏସବିଆଇ ନୁହେଁ ଏହା ବ୍ୟତୀତ ଏହି କମ୍ପାନୀ କାନାରା ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇଡିବିଆଇ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଓ କର୍ପୋରେସନ ବ୍ୟାଙ୍କରୁ ବି ଋଣ ନେଇଛି । ତେବେ ଲକଡାଉନଯୋଗୁଁ ଏହି ମାମଲାରେ ଏତେଟା ଯାଞ୍ଚ କରାଯାଇନାହିଁ । ଆଗକୁ ଯାଞ୍ଚ ଏଜେନ୍ସି ଅଭିଯୁକ୍ତଙ୍କୁ ସମନ ପଠାଇବ ।

@PTI

ABOUT THE AUTHOR

...view details