ଓଡିଶା

odisha

ETV Bharat / business

ଆହୁରୀ କମିବ ତେଲ ଦାମ , ଯୋଗାଣ ବଢାଇବ ସାଉଦି ଆରାମକୋ - price war

ଜଟିଳ ହେଉଛି ସାଉଦି ଓ ଋଣ ମଧ୍ୟରେ ପ୍ରାଇସ ୱାର । ତେଲ ଦାମ ହ୍ରାସ ଯୁଦ୍ଧ ଭିତରେ ଯୋଗାଣ ବୃଦ୍ଧି ପାଇଁ ଘୋଷଣା କରିଛି ସାଉଦି ଆରାମକୋ । ଏହାର ପ୍ରଭାବରେ ଆହୁରି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦାମ ।

saudi aramco says to hike output escalating price war
ଯୋଗାଣ ବଢାଇବ ସାଉଦି ଆରାମକୋ

By

Published : Mar 11, 2020, 4:43 PM IST

ନୂଆଦିଲ୍ଲୀ: ତେଲ ଯୋଗାଣ ବଢାଇବ ସାଉଦି ଆରାମକୋ । ଏଥିପାଇଁ କମ୍ପାନୀ ତାର ଦୈନିକ ତେଲ ଉତ୍ପାଦନ କ୍ଷମତାକୁ ସମ୍ପ୍ରସାରିତ ପାଇଁ ପ୍ରସ୍ତୁତି କରୁଛି ।

ମଙ୍ଗଳବାର ଅରାମକୋ କହିଛି ଯେ, ଦୈନିକ ଅଶୋଧିତ ତୈଳ ଯୋଗାଣକୁ ବଢାଇ ଏପ୍ରିଲରେ 1.23 କୋଟି ବ୍ୟାରେଲକୁ ବୃଦ୍ଧି କରାଯିବ । ଏଥିସହ ଏପ୍ରିଲରେ ଗ୍ରାହକଙ୍କୁ ପ୍ରତିଦିନ 13.2 ନିୟୁତ ବ୍ୟାରେଲ ତେଲ ଯୋଗାଇବ ବୋଲି କମ୍ପାନୀ ସେୟାର ମାର୍କେଟକୁ ଦେଇଥିବା ସୂଚନାରେ ଜଣାଇଛି ।

ଏହା ଦ୍ବାରା ଦୁର୍ବଳ ଚାହିଦା ପ୍ରଭାବିତ ବଜାରରେ ଯୋଗାଣର ବନ୍ୟା ସହ ସାଉଦି ଆରବ ଓ ଋଣ ମଧ୍ୟରେ ଚାଲିଥିବା ପ୍ରାଇସ ୱାର ଆହୁରୀ ବଢିବା ଆଶଙ୍କା ରହିଛି ।

ଏହା ବିଶ୍ବର ସର୍ବବୃହତ ତୈଳ ରପ୍ତାନୀକାରୀ | ବର୍ତ୍ତମାନ ଏହା ଦୈନିକ 98 ଲକ୍ଷ ବ୍ୟାରେଲ ତେଲ ଯୋଗାଉଛି । ଯାହାକି ଏପ୍ରିଲ ସୁଦ୍ଧା ଏହା 22 ଲକ୍ଷ ବ୍ୟାରେଲ ବୃଦ୍ଧି ପାଇବ । |

ABOUT THE AUTHOR

...view details