ଓଡିଶା

odisha

ETV Bharat / business

ବିଶ୍ବର ସର୍ବବୃହତ୍ତ ଆଇପିଓ ଘୋଷଣା କଲା ଆରାମକୋ - ଆରାମକୋ

ବିଶ୍ବର ବୃହତ୍ତ ଆଇପିଓ ( Initial Public Offering)ର ଘୋଷଣା କରିଛି ସାଉଦି ଆରବର ଦିଗ୍ଗଜୟ ତୈଳ କମ୍ପାନୀ ଆରାମକୋ । ଏହାର ମୂଲ୍ୟ ଟାର୍ଗେଟଠାରୁ ଉପରକୁ ଯାଇଛି ।

saudi aramco raises usd 25 dot 6 billion in largest ever ipo
ବିଶ୍ବର ସର୍ବବୃହତ୍ତ ଆଇପିଓ ଘୋଷଣା କଲା ଆରାମକୋ

By

Published : Dec 6, 2019, 7:51 PM IST

Updated : Dec 6, 2019, 8:07 PM IST

ନୂଆଦିଲ୍ଲୀ: ବିଶ୍ବର ବୃହତ୍ତ ଆଇପିଓ ( Initial Public Offering)ର ଘୋଷଣା କରିଛି ସାଉଦି ଆରବର ସର୍ବବୃହତ ତୈଳ କମ୍ପାନୀ ଆରାମକୋ । ଏହାର ମୂଲ୍ୟ ଟାର୍ଗେଟଠାରୁ ଉପରକୁ ଯାଇଛି ।

କମ୍ପାନୀ ଏହି ସ୍ତରରେ ପହଞ୍ଚିବାକୁ ସକ୍ଷମ ହୋଇଛି, ଯେଉଁଠି କମ୍ପାନୀକୁ ପାଖାପାଖୀ 25.6 ବିଲିଅନ ଡଲାରର ରେକର୍ଡ ବୃଦ୍ଧି ନେଇ ଅନୁମତି ମିଳିଛି । କମ୍ପାନୀର ଯୋଜନା ରହିଛି ଯେ, 3 ବିଲିଅନ ସେୟାର କିମ୍ବା ଏହାର ମୋଟ ସେୟାରର 1.5 ପ୍ରତିଶତ ଅଂଶକୁ ପ୍ରତି ସେୟାର ପିଛା 8.53 ଡଲାରରେ ବିକ୍ରି କରାଯିବ ।

ଆଇପିଓ ଏହି ପରିମାଣ କମ୍ପାନୀର ମାର୍କେଟ ଭେଲ୍ୟୁ 1.7 ଟ୍ରିଲିୟନ ଡଲାର ପାଖରେ ପହଞ୍ଚିବ । ଯାହା ପରେ ଏହା ବିଶ୍ବ ସବୁଠୁ ମୁଲ୍ୟବାନ ସାର୍ବଜନିକ କମ୍ପାନୀ ଭାବେ ଆପଲ(1.17 ଟ୍ରିଲିୟନ ଡଲାର)କୁ ବି ଟପିବାରେ ସକ୍ଷମ ହେବ ।

ଆସନ୍ତା ସପ୍ତାହରୁ ଆରାମକୋକୁ ସେୟାର ଟ୍ରେଡିଙ୍ଗ ଆରମ୍ଭ ନେଇ ସମ୍ଭାବନା ରହିଛି । ଏହାର ଘୋଷଣା ରିୟାଦ ଷ୍ଟକ ଏକ୍ସଚେଞ୍ଜରୁ ହେବ । ତେବେ ପୂର୍ବରୁ ଆରାମକୋ ସୂଚନା ଦେଇଛି ଯେ, କମ୍ପାନୀର ସେୟାର ଆମେରିକା, ଅଷ୍ଟ୍ରେଲିଆ, କାନାଡା ଓ ଜାପାନରେ ଉପସ୍ଥାପନ ହେବନାହିଁ ।

Last Updated : Dec 6, 2019, 8:07 PM IST

ABOUT THE AUTHOR

...view details