ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ସଂକ୍ରମଣ ରୋକିବା ପାଇଁ ଜାରି ରହିଥିଲା ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଗଭୀର ଭାବେ ପ୍ରଭାବିତ । ଯେଉଁଥିପାଇଁ ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା 5 ପ୍ରତିଶତକୁ ହ୍ରାସ ହୋଇପାରେ । ଗୁରୁବାର ଏ ନେଇ ଏସଆଣ୍ଡପି ଗ୍ଲୋବାଲ ରେଟିଂ ପୂର୍ବାନୁମାନ କରିଛି ।
ଏସଆଣ୍ଡପି ଏକ ବିବୃତ୍ତିରେ କହିଛି ଯେ, ‘‘ ଆମେ 2021 ମାର୍ଚ୍ଚରେ ସମାପ୍ତ ହେଉଥିବା ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରି ନକରାତ୍ମକ 5 ପ୍ରତିଶତ ରଖିଛୁ । ବର୍ତ୍ତମାନ ସମୟରେ ମହାମାରୀ ପ୍ରକୋପ ତୃତୀୟ ତ୍ରୈୟମାସ ଶେଷ ଯାଏଁ ରହିବ ।’’