ନୂଆଦିଲ୍ଲୀ: ଆମେରିକା-ଇରାନ ବିବାଦ। ପ୍ରଭାବିତ ବିଶ୍ବ କାରବାର। ଅଶୋଧିତ ତୈଳରେ ଲାଗିଛି ନିଆଁ। ବ୍ୟାରେଲ ପିଛା ତେଲ ଦାମ 70 ଡଲାର ନିକଟତର। ସେପଟେ ଭୌଗୋଳିକ ରାଜନୀତି ଟେନସନରେ ନିବେଶକ ଆତଙ୍କିତ। ଏଣୁ ସେୟାର ବଜାରରୁ ମୁହଁ ଫେରାଇ ସୁନାରେ ଲଗାଇଲେ ଟଙ୍କା। ଫଳରେ ସୁନା ଦାମ ରେକର୍ଡ ଭାଙ୍ଗି 40 ହଜାର ପାର କରିଛି। ଏହା ଯୋଗୁଁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇପଡିଛି। ଏହି କାରଣରୁ ପ୍ରଭାବିତ ହେବେ ସାଧାରଣ ଲୋକ।
ଶୁକ୍ରବାର ଡଲାର ତୁଲନାରେ ଟଙ୍କାର ବିନିମୟ ମୁଲ୍ୟ 42 ପଇସା ବୃଦ୍ଧି ପାଇ 71.80 ଟଙ୍କା ରହିଛି। ନୂଆ ବର୍ଷ ଆରମ୍ଭରୁ ଏଭଳି ମାନ୍ଦାବସ୍ଥା ଦେଶ ଅର୍ଥନୀତିକୁ ହୁଲସ୍ତୁଲ କରିଦେଇଛି।