ଓଡିଶା

odisha

ETV Bharat / business

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର! ରବିବାର RTGS ସେବା 14 ଘଣ୍ଟା ବନ୍ଦ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର ! ରବିବାର 14 ଘଣ୍ଟା କାମ କରିବ ନାହିଁ ଆରଟିଜିଏସ । ଏ ନେଇ ସୂଚନା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ..

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର ! ରବିବାର  RTGS ସେବା 14 ଘଣ୍ଟା ବନ୍ଦ
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର ! ରବିବାର RTGS ସେବା 14 ଘଣ୍ଟା ବନ୍ଦ

By

Published : Apr 15, 2021, 6:47 PM IST

ନୂଆଦିଲ୍ଲୀ: ଅନଲାଇନ ଟଙ୍କା ଟ୍ରାନ୍ସଫର ନେଇ ଯଦି କୌଣସି କାମ ରହିଛି, ତେବେ ଶନିବାର ସୁଦ୍ଧା ଶେଷ କରିଦିଅନ୍ତୁ । ଏପ୍ରିଲ 18 ଅର୍ଥାତ ରବିବାର ରାତି 12.01ଟାରୁ ଦ୍ବିପ୍ରହର 2 ଟା ଯାଏଁ ବନ୍ଦ ରହିବ ରିୟଲ ଟାଇମ ଗ୍ରସ ସେଟଲମେଣ୍ଟ (ଆରଟିଜିଏସ) ସୁବିଧା ।

ରିଜର୍ଭ ବ୍ୟାଙ୍କ କହିଛି କି ଏହି ଅବଧିରେ ମନି ଟ୍ରାନ୍ସଫର କାମ ହୋଇପାରିବ ନାହିଁ । ଏହାର କାରଣ ଦର୍ଶାଇ ଆରବିଆଇ କହିଛି କି ଜରୁରୀକାଳୀନ ସମୟରେ ଆରଟିଜିଏସ ସିଷ୍ଟମର ରିକୋଭରି ସିଷ୍ଟମକୁ ବଢାଇବା ପାଇଁ ଏପ୍ରିଲ 18କୁ ଆରଟିଜିଏସ ଟେକ୍ନିକାଲ ଟିମ ଏହାର ଅପଗ୍ରେଡସନ ଉପରେ କାମ କରିବ । ଯେଉଁଥିପାଇଁ ସେବା ପ୍ରଭାବିତ ରହିବ ।

ଏଥିସହ ଆରବିଆଇ ଆହୁରି ମଧ୍ୟ କହିଛି କି, ଏପ୍ରିଲ 17ରେ ଶେଷ ପରେ ଏପ୍ରିଲ 18 ରାତି 12.01 ମିନିଟରୁ ଦ୍ବିପ୍ରହର 2 ଟା ଯାଏଁ ଆରଟିଜିଏସ କାମ କରିବ ନାହିଁ । ଆରବିଆଇ ଗ୍ରାହକଙ୍କୁ ଅପିଲ କରିଛି କି, ଆସନ୍ତା ରବିବାରକୁ ଏହି ସିଡ୍ୟୁଲକୁ ଧ୍ୟାନରେ ରଖି ନିଜ ପେମେଣ୍ଟ ଅପରେସନ୍ସର ପ୍ଲାନିଂ କରନ୍ତୁ ।

ତେବେ ରବିବାରକୁ ଆରଟିଜିଏସ ମନି ଟ୍ରାନ୍ସଫର ସେବା କାମ ନ କଲେ ବି, NEFT ଜରିଆରେ ଲୋକ ନିଜ ଅନଲାଇନ ଟ୍ରାଞ୍ଜାକ୍ସନ ପ୍ରତିଦିନ ଭଳି କରିପାରିବେ । ଏହି କାରଣରୁ ଲୋକଙ୍କୁ ଅନଲାଇନ ଟଙ୍କା ଟ୍ରାନ୍ସଫର କରିବା ବା ଡିଜିଟାଲ ପେମେଣ୍ଟ କରିବାରେ ଅଧିକ ସମସ୍ୟା ଭୋଗିବାକୁ ପଡିବ ନାହିଁ ।

ଗତ ସପ୍ତାହରେ ଆରବିଆଇ ଦେଶରେ ଏନବିଏଫସି , ଫିନଟେକ ଷ୍ଟାର୍ଟଅପ୍ସ ଓ ପେମେଣ୍ଟ ବ୍ୟାଙ୍କକୁ ଆରଟିଜିଏସ ଓ ଏନଇଏଫଟି ଜରିଆରେ ଫଣ୍ଡସ ଟ୍ରାନ୍ସଫର ପାଇଁ ଅନୁମତି ଦେଇଛି ।

ଶୀଘ୍ର ଓ ସୁରକ୍ଷିତ ପେମେଣ୍ଟ ବ୍ୟବସ୍ଥା ଆରଟିଜିଏସ । ଏହା ମାଧ୍ୟମରେ ଆପଣ ମୋଟା ଅଙ୍କର ଟଙ୍କା ସହଜରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ 7 ଦିନ 24 ଘଣ୍ଟା ଟଙ୍କା ପଠାଇପାରିବେ ।

ABOUT THE AUTHOR

...view details