ଓଡିଶା

odisha

ଲକଡାଉନରେ ଛଟେଇର ଶିକାର ଲୋକଙ୍କୁ ନିଯୁକ୍ତି ଦେବ ଆରଏସଏସ

By

Published : Jul 17, 2020, 1:28 PM IST

ଜୀବିକା ହରେଇଥିବା ଲୋକଙ୍କୁ ପୁଣି ରୋଜଗାର ଯୋଗାଇବା ପାଇଁ ଅଣ୍ଟା ଭିଡିଛି ଆରଏସଏସ । ଏଥିପାଇଁ ଏକ ୱେବସାଇଟ ତିଆରି କରି ବିଭିନ୍ନ କମ୍ପାନୀ ସହ ଯୋଗାଯୋଗ କରାଯାଉଛି । ଅଧିକ ପଢନ୍ତୁ..

ଲକଡାଉନରେ ଛଟେଇ ଲୋକଙ୍କୁ ନିଯୁକ୍ତି ଦେବାକୁ ଅଣ୍ଟା ଭିଡିଲା ଆରଏସଏସ
ଲକଡାଉନରେ ଛଟେଇ ଲୋକଙ୍କୁ ନିଯୁକ୍ତି ଦେବାକୁ ଅଣ୍ଟା ଭିଡିଲା ଆରଏସଏସ

ନୂଆଦିଲ୍ଲୀ: ଲକଡାଉନ ସମୟରେ ଘରୋଇ ସେକ୍ଟରରେ ବହୁ ସଂଖ୍ୟାକ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଏନେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ଗଭୀର ଚିନ୍ତା ପ୍ରକାଶ କରିଛି । ଦିଲ୍ଲୀ ପ୍ରାନ୍ତ ଏହି ଦିଗରେ କାମ କରିବା ଆରମ୍ଭ କରିଛି । ଯେପରି ଏହି ଲୋକମାନଙ୍କୁ ପୁଣି ରୋଜଗାର ମିଳିପାରିବେ ।

ସୂତ୍ର ଅନୁସାରେ ଦିଲ୍ଲୀ ପ୍ରାନ୍ତ ଏକ ୱେବସାଇଟ ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ଚାକିରୀ ଖୋଜୁଥିବା ଏବଂ ଚାକିରୀ ଦେଉଥିବା ବ୍ୟକ୍ତିଙ୍କ ବିବରଣୀ ଦିଆଯିବ । ଅର୍ଥାତ ଏହି ୱେବସାଇଟରେ ଜବ ସିକର୍ସ ଓ ଜବ ପ୍ରୋଭାଡର୍ସଙ୍କ ଏକ ପ୍ଲାଟଫର୍ମ ଉପଲବ୍ଧ ହେବେ । ସ୍କିଲ ମ୍ୟାପିଂ (ଦକ୍ଷତା ଅନୁସାରେ )ଦ୍ୱାରା ସମସ୍ତଙ୍କୁ ରୋଜଗାର ଯୋଗାଇବା ପାଇଁ ପ୍ରୟାସ କରାଯିବ ।

ସଂଘର ଦିଲ୍ଲୀ ପ୍ରାନ୍ତ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି କି, ‘‘ କୋରୋନା କାଳରେ ଅର୍ଥବ୍ୟବସ୍ଥାକୁ ବଡ ଝଟକା ମିଳିଛ । ଯାହା ଦ୍ବାରା ଅନେକ କମ୍ପାନୀରୁ ଛଟେଇ ଖବର ଆସୁଛି । ଉଭୟ ସଂଗଠିତ ଏବଂ ଅସଂଗଠିତ କ୍ଷେତ୍ରରେ ନିଯୁକ୍ତି ପ୍ରଭାବିତ ହୋଇଛି । ’’ ଏଭଳି ସ୍ଥିତିରେ ସେମାନେ ସମ୍ମୁଖୀନ ହେଉଥିବା ସଙ୍କଟକୁ ଦୃଷ୍ଟିରେ ରଖି ସଙ୍ଗଠନ ହିଲ୍ଲୀ ସମେତ ପୂରା ଏନସିଆର ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବେସରକାରୀ କମ୍ପାନୀର ମୁଖ୍ୟଙ୍କ ସହ ଯୋଗାଯୋଗ କରି ନିଯୁକ୍ତି ଦିଗରେ ଉଦ୍ୟମ କରୁଛି। ଛଟେଇ ନ କରିବାକୁ ଓ ଦରମା ହ୍ରାସ ନ କରିବା ପାଇଁ ପ୍ରତିଷ୍ଠାନ ଗୁଡିକୁ ନିବେଦନ କରାଯାଇଛି । ଯେଉଁ କର୍ମଚାରୀମାନେ ରକ୍ତ-ଝାଳ ବୁହାଇଛନ୍ତି ସେମାନଙ୍କୁ ସଙ୍କଟ ସମୟରେ ଅଲଗା ନ କରାଯାଉ । ଧୈର୍ଯ୍ୟର ସହିତ କାମ କରି , କଠିନ ସମୟ ଅତିବାହିତ ହୋଇଯିବ ବୋଲି କୁହାଯାଇଛି ।

ABOUT THE AUTHOR

...view details