ଓଡିଶା

odisha

ETV Bharat / business

ଚୀନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ସରକାରଙ୍କୁ ସ୍ବଦେଶୀ ଜାଗରଣ ମଞ୍ଚର ଅପିଲ - Swadeshi Jagran Manch

ଚୀନ ବିରୋଧରେ ଆର୍ଥିକ ପଦକ୍ଷେପ ଉଠାଇବାକୁ ଦାବି କରିଛି ସ୍ବଦେଶୀ ଜାଗରଣ ମଞ୍ଚ । ଚୀନର ସବୁଠୁ ବଡ ବଜାର ଭାରତ ହୋଇଥିବାରୁ ଏବେ ଚୀନ ସହ ଟ୍ରେଡ ଉପରେ ପ୍ରତିବନ୍ଧକ ଲଗେଇବାକୁ ସରକାରଙ୍କୁ ଅପିଲ କରାଯାଇଛି । ଅଧିକ ପଢନ୍ତୁ..

Swadeshi Jagran Manch renews call to  Boycott China
ଚୀନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ସରକାରଙ୍କୁ ସ୍ବଦେଶୀ ଜାଗରଣ ମଞ୍ଚର ଅପିଲ

By

Published : Jun 17, 2020, 1:34 PM IST

ନୂଆଦିଲ୍ଲୀ: ଚୀନ ସହିତ ହିଂସାତ୍ମକ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଚୀନ ଉପରେ କ୍ରୋଧ ବଢିବାରେ ଲାଗିଛି । ଏହି ଘଟଣା ପରେ ପୁଣି ଦେଶରେ ଚୀନ ସାମଗ୍ରୀ ବର୍ଜନ(Boycott china) ଦାବି ତେଜିବାରେ ଲାଗିଛି ।

ଏଥିମଧ୍ୟରେ ସ୍ବଦେଶୀ ଜାଗରଣ ମଞ୍ଚ କେନ୍ଦ୍ର ସରକାରଙ୍କୁ ଅପିଲ କରିଛି କି ଚୀନ କମ୍ପାନୀଙ୍କୁ ଭାରତରେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ଉପରେ ପ୍ରତିବନ୍ଧକ ଲଗାଯାଉ । ଏଥିସହ କୌଣସି ମଧ୍ୟ ଚୀନ ସାମଗ୍ରୀ ଭାରତକୁ ଆମଦାନୀ ଉପରେ ରୋକ ଲଗାଯାଉ । ଏଥିପାଇଁ ଆମଦାନୀ ଶୁଳ୍କ ବଢାଇଦିଆଯାଉ । ଫଳରେ ଚୀନ ସାମଗ୍ରୀ ମହଙ୍ଗା ହେବା ସହ ଲୋକ ଏହାକୁ କ୍ରୟ କରିବେ ନାହିଁ ।

ମଞ୍ଚ ପକ୍ଷରୁ ଚୀନ ସାମଗ୍ରୀକୁ ବହିଷ୍କାର କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ସ୍ବଦେଶୀ ଜାଗରଣ ମଞ୍ଚର ସହ-ସଂଯୋଜକ ଡ. ଅଶ୍ୱିନୀ ମହାଜନ କହିଛନ୍ତି ଯେ ସେମାନେ ଚୀନ ବ୍ରାଣ୍ଡକୁ ପ୍ରୋମୋସନ ନ କରିବା ପାଇଁ ଚଳଚ୍ଚିତ୍ର ଅଭିନେତା, କ୍ରୀଡାବିତ ତଥା ସେଲିବ୍ରିଟିମାନଙ୍କୁ ମଧ୍ୟ ନିବେଦନ କରୁଛନ୍ତି । ଏହା ଶହୀଦ ସୈନିକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି।

ଏହା ସହିତ ସ୍ବଦେଶୀ ଜାଗରଣ ମଞ୍ଚ ମଧ୍ୟ ଦିଲ୍ଲୀ-ମେରଠ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (RRTS) ପାଇଁ ବିଡ ଲଗାଉଥିବା ଚୀନ କମ୍ପାନୀ ସାଂଘାଇ ଟନେଲ୍ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ (STEC)ର ବିଡ ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛି। ଏଥିସହ ମହାରାଷ୍ଟ୍ର ସରକାର ମଧ୍ୟ ଚୀନ ଅଟୋ କମ୍ପାନୀ ସହ ହୋଇଥିବା ଚୁକ୍ତିକୁ ମଧ୍ୟ ରଦ୍ଦ୍ କରିବାକୁ ଅପିଲ ହୋଇଛି ।

ABOUT THE AUTHOR

...view details