ଓଡିଶା

odisha

By

Published : Dec 28, 2019, 1:43 AM IST

Updated : Dec 28, 2019, 4:17 PM IST

ETV Bharat / business

ବିଜନେସ 2019: ବେହାଲ ବିଦ୍ୟୁତ ବିତରକ କମ୍ପାନୀ

ବିଦ୍ୟୁତ ସେକ୍ଟର ପାଇଁ ଚ୍ୟାଲେଞ୍ଜିଂ ଥିଲା 2019 । ବକେୟା ମିଳୁନଥିବାରୁ ବହୁ କମ୍ପାନୀ ଦେବାଳିଆ ହୋଇପଡିଥିଲେ । ଏସବୁରୁ ମୁକୁଳିବା ପାଇଁ ନୂଆ ଏଜେଣ୍ଡା କରିଛି ମନ୍ତ୍ରଣାଳୟ । ତେବେ ଏ ଭିତରେ 24 ଘଣ୍ଟିଆ ବିଦ୍ୟୁତ ଯୋଗାଣ କେତେ ସମ୍ଭବ ତାହା ଦେଖିବା ବାକି ରହିଲା ।

ବିଜନେସ 2019: ବେହାଲ ବିଦ୍ୟୁତ ବିତରକ କମ୍ପାନୀ
ବିଜନେସ 2019: ବେହାଲ ବିଦ୍ୟୁତ ବିତରକ କମ୍ପାନୀ

ନୂଆଦିଲ୍ଲୀ: ବିଦ୍ୟୁତ କମ୍ପାନୀର ବକେୟା ଆଦାୟ ଉପରେ ଜୋର ଓ ବିତରଣ କମ୍ପାନୀର ପୁଞ୍ଜିକୁ ସୁରକ୍ଷା ପ୍ରଣାଳୀ ଭଳି ଉପାୟ ଯୋଗୁଁ ଏ ବର୍ଷ ଚର୍ଚ୍ଚାରେ ବିଭାଗୀୟ ମନ୍ତ୍ରଣାଳୟ ।

ଏସବୁ ଭିତରେ ବି ଆସନ୍ତା ବର୍ଷ ଦିନ ରାତି 24 ଘଣ୍ଟିଆ ବିଦ୍ୟୁତ ଉପଲବ୍ଧ ପାଇଁ ଘୋଷଣା କରିଛି ମନ୍ତ୍ରଣାଳୟ । ଏହି ଲକ୍ଷ୍ୟକୁ ପୂରଣ ସହ ଗ୍ରାହକଙ୍କୁ ସମସ୍ତ ସେବା ଯୋଗାଇବା , ଆର୍ଥିକ ମାନ୍ଦାବସ୍ଥା ଭିତରେ ଗତି କରୁଥିବା ବିତରଣ କମ୍ପାନୀଙ୍କୁ ନିବେଶ ପାଇଁ ଆକୃଷ୍ଟ କରିବା ଆଦି ଚ୍ୟାଲେଞ୍ଜିଂ ରହିବ ।

ଶକ୍ତିମନ୍ତ୍ରୀ ଆର.କେ ସିଂହ ପ୍ରଥମରୁ ହିଁ 2020 ପାଇଁ ଏଜେଣ୍ଡା ପ୍ରସ୍ତୁତ କରିସାରିଛନ୍ତି । ଏଥିରେ ଗ୍ରାହକଙ୍କ 7 ଦିନ 24 ଘଣ୍ଟା ବିଦ୍ୟୁତ , Standardized ସେବା ପାଇଁ ଉପଭୋକ୍ତାଙ୍କୁ ଅଧିକାର, ସ୍ମାର୍ଟ ପ୍ରିପେଡ ମୋଟର୍ସ ଲଗାଇବା, ବିଜୁଳି ବିତରଣ କମ୍ପାନୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଭରଣ , ଗ୍ୟାସ ଆଧାରିତ ଯନ୍ତ୍ରକୁ ଟ୍ରାକକୁ ଆଣିବା ଆଦି ସାମିଲ ରହିଛି ।

ତେବେ ବର୍ଷର ଉପଲବ୍ଧି ବିଷୟରେ ସିଂହ କହିଛନ୍ତି ଯେ, ଆମେ ଦେଶରେ ବିଦ୍ୟୁତ ସେକ୍ଟରରେ ସ୍ବାସ୍ଥ୍ୟକୁ ସୁଦୃଢ ପାଇଁ ବହୁ ଉପାୟ ତିଆରି କରିଛୁ । ଦେଶରେ ଏବେ ବିଦ୍ୟୁତ ଅଧିଶେଷର ସ୍ଥିତି ରହିଛି ଓ ଦେଶକୁ ଗୋଟିଏ ଗ୍ରିଡରେ ଗୁନ୍ଥାଯାଇଛି ।

ସେ କହିଛନ୍ତି ଯେ, ଆମେ ପ୍ରତି ଗାଁ ଓ ଘରକୁ ବିଦ୍ୟୁତ ସହ ଯୋଡିଛୁ । ଏକିକୃତ ବିଦ୍ୟୁତ ବିକାଶ ଯୋଜନା (ଆଇପିଡିଏସ) ଓ ଦୀନ ଦୟାଲ ଗ୍ରାମ ଜ୍ୟୋତି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଯେପରି ବିଦ୍ୟୁତ ବିତରଣ ସହ ଜଡିତ ସମସ୍ତ ଅସୁବିଧା ଦୂର ହେବ । ଏଥିସହ କାର୍ବନ ଉତ୍ସକୁ ହ୍ରାସ ପାଇଁ ନବୀକରଣଯୋଗ୍ୟ ଶକ୍ତିକୁ ପ୍ରୋତ୍ସାହନ ଦେଉଛୁ ।

ସ୍ବତନ୍ତ୍ର ବିଜୁଳି ଉତ୍ପାଦନଙ୍କୁ ସଂଗଠନର ମହାନିର୍ଦ୍ଦେଶକ ହେରୀ ଧାନ କହିଛନ୍ତି କି‘‘ ଚାପଗ୍ରସ୍ତ ବିଦ୍ୟୁତ ପରିଯୋଜନାକୁ ଋଣ ପରିଶୋଧର ସାମ୍ନା କରିବାକୁ ପଡୁଛି । କିନ୍ତୁ ଉତ୍ପାଦକ କମ୍ପାନୀ ଉପରେ ଚାପ ଏଥିପାଇଁ ରହିଛି କି,ବିତରଣ କମ୍ପାନୀ ଠାରୁ ବକେୟା ଆଦାୟ ହୋଇପାରୁନାହିଁ । ଏଣୁ ଯେଉଁ ପରିଯୋଜନାରେ ବିତରଣ କମ୍ପାନୀ ଉପରେ ମୋଟା ଅଙ୍କର ବକେୟା ରହିଛି ସେମାନଙ୍କୁ ଏନସିଏଲଟିରେ ପଠାଯିବ ନାହିଁ ।

ମନ୍ତ୍ରଣାଳୟ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ , ବିଦ୍ୟୁତ ବିତରଣ କମ୍ପାନୀ ଉପରେ ଉତ୍ପାଦକ ୟୁନିଟର ବକେୟା ଅକ୍ଟୋବରରେ 48 ପ୍ରତିଶତ ବଢି 81,010 କୋଟି ଟଙ୍କାରେ ପହଞ୍ଚିଛି । ଏଥିରେ ଗତ ବର୍ଷର ବକେୟା ଅର୍ଥାତ 60 ଦିନର ମହଲତ ଅବଧି ପରେ ବକେୟା ରାଶି ବଢି 39,338 କୋଟି ଟଙ୍କା ରହିଛି ।

ପ୍ରକାଶ ଯେ, ବିଦ୍ୟୁତ ଉତ୍ପାଦକ କମ୍ପାନୀଙ୍କୁ ଆଶ୍ବସ୍ତି ଦେବା ପାଇଁ କେନ୍ଦ୍ର ପକ୍ଷରୁ ଅଗଷ୍ଟ 1ରୁ ପେମେଣ୍ଟ ସୁରକ୍ଷା ପ୍ରଣାଳୀ ଲାଗୁ କରାଯାଇଛି । ଏହି ବ୍ୟବସ୍ଥା ଅଧିନରେ ବିତରଣ କମ୍ପାନୀଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ବ୍ୟାଙ୍କରେ ଖାତା ଖୋଲି ବିଲ ଭରିବାକୁ ବ୍ୟବସ୍ଥା କରିବାକୁ ପଡିଥାଏ । ସେହିଭଳି ଚାପରେ ଥିବା ବିଦ୍ୟୁତ ପରିଯୋଜନାକୁ ତ୍ରାହି ଦେବାକୁ ସରକାର ଉଦୟ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଆଣିବାକୁ ଯାଉଛନ୍ତି ।

ବିତରଣ କମ୍ପାନୀଙ୍କ ବକେୟା ଭରିବାକୁ ଶୀଘ୍ର ପ୍ରତ୍ୟେକ ମିଟରକୁ ପ୍ରିପେଡ ସ୍ମାର୍ଟ ମିଟରରେ ବଦଳାଯିବ । 3 ବର୍ଷ ପରେ ବିଦ୍ୟୁତ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଦୃଢ ଓ ମଜଭୁତ କରାଯିବ । ଏହା ଦ୍ବାରା ନିବେଶ ମଧ୍ୟ ଆସିବ । କାରଣ ଏହି ନୂଆ ଯୋଜନା ଦ୍ବାରା ପେମେଣ୍ଟ ପାଇଁ ଭରସା ମିଳିବ ।

ବିଦ୍ୟୁତ ମନ୍ତ୍ରଣାଳୟଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଚ୍ୟାଲେଞ୍ଜ ପାଇଁ 14,305 ମେଗାୱାଟ ଉତ୍ପାଦନ କ୍ଷମତାର ଗ୍ୟାସ ପ୍ଲାଣ୍ଟକୁ ଟ୍ରାକକୁ ଆଣିବାକୁ ହେବ । ଇନ୍ଧନ ଅଭାବରୁ ଏସବୁ ପରିଯୋଜନା ଅଟକି ରହିଛି । ଏବେ ଦେଖିବାକୁ ବାକି ରହିଲା ସରକାର କିପରି ଶୃଙ୍ଖଳିତ ଭାବେ ଆସନ୍ତା ବର୍ଷ ଏ ସବୁ ସମସ୍ୟାକୁ ପାର କରିବେ ।

Last Updated : Dec 28, 2019, 4:17 PM IST

ABOUT THE AUTHOR

...view details