ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ଯୋଗୁଁ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ହୋଇ 7.34 ପ୍ରତିଶତ ରହିଛି । ସୋମବାର ଜାରି ଜାରି ସରକାରୀ ତଥ୍ୟରୁ ସୂଚନା ମିଳିଛି ।
ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିକ ମହଙ୍ଗା ହାର ଅଗଷ୍ଟରେ 6.69 ପ୍ରତିଶତ ରହିଥିଲାବେଳେ ଗତ ସେପ୍ଟେମ୍ବରରେ ଏହା 3.99 ପ୍ରତିଶତ ଥିଲା ।