ଓଡିଶା

odisha

ETV Bharat / business

ଆଗକୁ ସର୍ବୋଚ୍ଚ ସ୍ତରରେ ରହିପାରେ ଖୁଚୁରା ମୁଦ୍ରାସ୍ପୀତି : SBI ରିପୋର୍ଟ - Retail inflation likely to remain at elevated levels in coming months

ଆଗକୁ ଆହୁରୀ ବଢିବ ଦରଦାମ । ଖୁଚୁରା ମୁଦ୍ରାସ୍ପୀତି ସର୍ବୋଚ୍ଚ ସ୍ତରରେ ରହିବା ଆଶଙ୍କା ରହିଛି । ଏ ନେଇ ରିପୋର୍ଟ ପ୍ରକାଶ କରିଛି ଏସବିଆଇ । ଅଧିକ ପଢନ୍ତୁ..

Retail inflation likely to remain at elevated levels in coming months: SBI report
Retail inflation likely to remain at elevated levels in coming months: SBI report

By

Published : Jul 16, 2020, 6:08 PM IST

ନୂଆଦିଲ୍ଲୀ: ଶ୍ରମିକଙ୍କ ଅଭାବ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେଉଛି । ଏଥିସହ ରାଜକୋଷୀୟ ଘାଟା ଓ ବାହ୍ୟ କାରଣ ଯୋଗୁଁ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ଆସନ୍ତା କିଛି ମାସ ଧରି ସର୍ବୋଚ୍ଚ ସ୍ତରରେ ରହିବା ଆନୁମାନ ରହିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏକ ରିପୋର୍ଟରେ ଏ ନେଇ ପ୍ରକାଶ କରିଛି ।

ଏସବିଆଇ ରିପୋର୍ଟ 'ଇକୋରେପ'ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ(MOSPI)କୁ ପରାମର୍ଶ ଦିଆଯାଇଛି କି, ଖୁଚୁରା ମୁଦ୍ରାସ୍ଫୀତି ହିସାବ କରିବା ସମୟରେ ଉତ୍ପାଦର ଅନଲାଇନ ମୂଲ୍ୟକୁ ମଧ୍ୟ ବିଚାରକୁ ନିଆଯିବା ଉଚିତ । କାରଣ କୋଭିଡ -19 ମହାମାରୀ ପ୍ରକୋପ ପରେ ଅଧିକାଂଶ ଲୋକ ନିଜ ଆବଶ୍ୟକତା ପାଇଁ ଅନଲାଇନ ଷ୍ଟୋର ଉପରେ ନିର୍ଭର କରୁଛନ୍ତି ।

ରିପୋର୍ଟରେ ଦର୍ଶାଯାଇଛି ଯେ MOSPI ସେବା ସମେତ ଅପ୍ରାସଙ୍ଗିକ ବସ୍ତୁକୁ ଅନ୍ତର୍ଭୁକ୍ତ କରି ଖୁଚୁରା ମୁଦ୍ରାସ୍ଫୀତିକୁ କମ ରଖିଛି ବା ଅବମାନାନା କରିଛି । ଯେତେବେଳେ କି କୋଭିଡ -19 ମହାମାରୀ ଏବଂ ଲକଡାଉନ କାରଣରୁ ସେସବୁର ବ୍ୟବହାର ବହୁ ମାତ୍ରାରେ ହ୍ରାସ ପାଇଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ର ତଥ୍ୟ ଅନୁଯାୟୀ ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି 6.09 ପ୍ରତିଶତ ଥିଲା। ରିପୋର୍ଟରେ କୁହାଯାଇଛି ଯେ, ଆମର ନୂତନ ତଥ୍ୟକୁ ଆଧାର କରି ଏସବିଆଇର ଗଣାନାରେ ମୁଦ୍ରାସ୍ଫୀତି ଆକଳନ ବାସ୍ତବ ମୁଦ୍ରାସ୍ଫୀତି ତୁଳନାରେ ବହୁତ ଅଧିକ ରହିଛି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ‘‘ଆମର 2020 ଜୁନ ମୁଦ୍ରାସ୍ଫୀତି 6.98 ପ୍ରତିଶତ ଅଟେ । ଯାହାକି NSO ଆକଳନ ତୁଳନାରେ 0.9 ପ୍ରତିଶତ ଅଧିକ। ଯଦି NSO ଅନଲାଇନ ଦାମକୁ ବିଚାରକୁ ନେଇଥାନ୍ତା, ତେବେ ସିପିଆଇ (ଉପଭୋକ୍ତା ମୁଲ୍ୟ ସୂଚକାଙ୍କ) ମୁଦ୍ରାସ୍ଫୀତି ଉପରେ 0.10 ରୁ 0.15 ପ୍ରତିଶତ ପ୍ରଭାବ ପଡିଥାନ୍ତା ।

ABOUT THE AUTHOR

...view details