ନୂଆଦଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ସ୍ୱାସ୍ଥ୍ୟ ବିଭାଗ ଲାଗି ୧୫ ହଜାର କୋଟିରର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।
ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାକୁ 15 ହଜାର କୋଟିର ବ୍ୟୟବରାଦ - ସ୍ବାସ୍ଥ୍ୟ ପାଇଁ 15 ହଜାର କୋଟିର ପ୍ୟାକେଜ
କୋରୋନା ଭାଇରସ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗକୁ 15ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ବ୍ଲକରେ ସ୍ତରରେ ତିଆରି ହେବ ପରୀକ୍ଷା ଲ୍ୟାବ । ଅଧିକ ପଢନ୍ତୁ..
ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାକୁ 15 ହଜାର କୋଟିର ବ୍ୟୟବରାଦ
ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାକୁ ଘୋଷଣା
- କୋରୋନା ମୁକାବିଲା ପାଇଁ ପରୀକ୍ଷା ଏବଂ ଲ୍ୟାବ କିଟ ପାଇଁ 550 କୋଟି ଟଙ୍କା ଖର୍ଚ୍ଚ ହେବ ।
- 11.08 କୋଟି ହାଇଡ୍ରୋକ୍ଲୋରକ୍ବିନ ଟାବଲେଟ ତିଆରି ହେବ ।
- ସ୍ବାସ୍ଥ୍ୟକର୍ମୀ ମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଘୋଷଣା ।
- ଗ୍ରାମୀଣ ସ୍ତରରେ ସ୍ୱାସ୍ଥ୍ୟସେବାକୁ ଫୋକସ କରାଯିବ ।
- ସବୁ ଜିଲ୍ଲାରେ ସଂକ୍ରମଣ ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ।
- ପ୍ରତ୍ୟେକ ବ୍ଲକରେ ଲ୍ୟାବ ତିଆରି ହେବ ।
- ପର୍ଯ୍ୟାପ୍ତ ପିପିଇ ସହ କୋରୋନା ଯୋଦ୍ଧା ସ୍ବାସ୍ଥ୍ୟ କର୍ମୀଙ୍କ ରକ୍ଷଣା ବେକ୍ଷଣା କରାଯିବ ।
- ସ୍ବାସ୍ଥ୍ୟ ସଂସ୍ଥାନଗୁଡିକୁ ଅଧିକ ସୁଦୃଢ କରାଯିବ ।
ସ୍ବାସ୍ଥ୍ୟ କ୍ଷେତ୍ରରେ ମହାମାରୀ ସହ ଲଢେଇ ପାଇଁ ବ୍ୟୟ ବଢାଯିବ । ରାଜ୍ୟଗୁଡିକୁ ଏହି 15 ହଜାର କୋଟି ଟଙ୍କା ପ୍ରଦାନ ହେବ ।