ଓଡିଶା

odisha

ETV Bharat / business

ଋଣ ମୁକ୍ତ ହେଲା ରିଲାଏନ୍ସ, 58 ଦିନରେ ମିଳିଛି 1.68 ଲକ୍ଷ କୋଟି ଟଙ୍କା

ଗ୍ଲୋବାଲ ଟେକ ନିବେଶକଙ୍କ ଠାରୁ ଓ ମେଗା ରାଇଟ୍ସ ଇସ୍ୟୁ ଜାରି କରି ମିଳିଥିବା ପୁଞ୍ଜିରେ ଋଣ ମୁକ୍ତ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ । ଏଥିସହ ସେୟାର ହୋଲ୍ଡରଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ ହୋଇଛି ବୋଲି ଶୁକ୍ରବାର ମୁକେଶ ଅମ୍ବାନୀ କହିଛନ୍ତି । ଅଧିକ ପଢନ୍ତୁ..

Reliance net debt-free
ଋଣ ମୁକ୍ତ ହେଲା ରିଲାଏନ୍ସ

By

Published : Jun 19, 2020, 3:00 PM IST

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାଲିକ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ତାଙ୍କ କମ୍ପାନୀକୁ ସମ୍ପୂର୍ଣ୍ଣ ଋଣ ମୁକ୍ତ କରିଛନ୍ତି। ଗତ 2 ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ରାଇଟ୍ସ ଇସ୍ୟୁ ଓ ବୈଶ୍ବିତ ନିବେଶକଙ୍କ ଠାରୁ ରେକର୍ଡ 1.69 ଲକ୍ଷ କୋଟି ପାଇବା ପରେ କମ୍ପାନୀର ନିଟ ଋଣ ଶୂନ୍ୟ ହୋଇଛି ।

ବିଗତ 58 ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବୈଶ୍ବିକ ଟେକ୍ନୋଲୋଜି ନିବେଶକଙ୍କ ଠାରୁ 1.15 ଲକ୍ଷ କୋଟି ଟଙ୍କା ଏକଜୁଟ କରିଛି । କମ୍ପାନୀ ନିଜ ଜିଓ ପ୍ଲାର୍ଟଫର୍ମର ଅଂଶଧନ ବିକ୍ରି କରି ଏହି ଟଙ୍କା ପାଇଛି । ସେହିପରି ବାକି 53,124.20 କୋଟି ଟଙ୍କା ରାଇଟ୍ସ ଇସ୍ୟୁ ଜାରି କରି ସଂଗ୍ରହ କରିଛି ।

2019 ଅଗଷ୍ଟରେ କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିଟ ଋଣ 2021 ମାର୍ଚ୍ଚ 31 ସୁଦ୍ଧା ଶୂନ୍ୟ କରିବାକୁ ଲକ୍ଷ୍ୟ ରହିଥିବା ନେଇ ଅମ୍ବାନୀ କହିଥିଲେ । ଏବେ ସେହି ଲକ୍ଷ୍ୟ ପୂରଣ ସହ ଶୁକ୍ରବାର ନିଜ ବିବୃତ୍ତିରେ ଅମ୍ବାନୀ କହିଛନ୍ତି କି, ସେ ନିଜ ପ୍ରତିଶ୍ରୁତି ପୂରଣ କରି ଖୁସି ଅଛନ୍ତି । ଏଥିସହ ଆମେ ସେୟାରହୋଲ୍ଡର ଓ ସମସ୍ତ ଅଂଶୀଦାରମାନଙ୍କ ଆଶାକୁ ପୂରଣ କରିଆସୁଛି । ଏହା ରିଲାଏନ୍ସର DNA ରେ ଅଛି ।

ପ୍ରକାଶ ଯେ, 2020 ଏପ୍ରିଲ 22ରୁ ଏବେ ସୁଦ୍ଧା ରିଲାଏନ୍ସ ଜିଓରେ ଗ୍ଲୋବାଲ ଟେକ ନିବେଶ ଫେସବୁକ, ସିଲଭରଲେକ, ଭିସ୍ତା ଇକ୍ୟୁଟି ପାର୍ଟନର୍ସ, ଜେନରାଲ ଆଟଲାଣ୍ଟିକ, କେକେଆର, ମୁବାଦାଲା, ଏଡିଆଇଏ, ଟିପିଜି, କ୍ୟାଟେରଟନ, ସାଉଦି ଆରବର ପିଆଇଏଫ ଆଦି ମୋଟା ଅଙ୍କର ନିବେଶ ଯୋଗୁଁ କମ୍ପାନୀକୁ 1,15,693.95 କୋଟି ଟଙ୍କା ମିଳିପାରିଛି ।

ରିଲାଏନ୍ସ ଉପରେ ମୋଟ 1.61 ଲକ୍ଷର ଋଣ ରହିଥିଲା । ହେଲେ ସେ ବିପି ସହ ଚୁକ୍ତି, ନିକଟରେ ମିଳିଥିବା ନିବେଶ, ରାଇଟ ଇସ୍ୟୁ ଜାରି କରି 1.75 ଲକ୍ଷ କୋଟି ଟଙ୍କା ସଂଗ୍ରହ କରିପାରିଛି ।

ଜାଣନ୍ତୁ ଋଣ ମୁକ୍ତ ହେବାର ଗଣିତ

  • ବୈଶ୍ବିକ ନିବେଶକଙ୍କ ଦ୍ବାରା ନିବେଶ - 1,15,693.95 କୋଟି ଟଙ୍କା
  • ରାଇଟ୍ସ ଇସ୍ୟୁ - 53,124.20 କୋଟି ଟଙ୍କା
  • ରିଲାଏନ୍ସ ଓ ବିପି ଚୁକ୍ତି - 7,000 କୋଟି ଟଙ୍କା
  • ମୋଟ ଫଣ୍ଡ - 1,75 ଲକ୍ଷ କୋଟି ଟଙ୍କା
  • ମୋଟ ଋଣ - 1,61,035 କୋଟି ଟଙ୍କା

ABOUT THE AUTHOR

...view details