ଓଡିଶା

odisha

ETV Bharat / business

ବିଶ୍ବର 48ତମ ଦାମୀ କମ୍ପାନୀ ରିଲାଏନ୍ସ - ଦାମୀ କମ୍ପାନୀ ଲିଷ୍ଟରେ ରିଲାଏନ୍ସ

ବିଶ୍ବର ଶ୍ରେଷ୍ଟ 50 ଦାମୀ କମ୍ପାନୀ ଲିଷ୍ଟରେ ରିଲାଏନ୍ସର ସ୍ଥାନ 48 ରହିଛି । ବିଭିନ୍ନ ସେକ୍ଟରେର ଦବଦବା ରଖିଥିବା ଆରଆଇଏଲର ବଜାର ପୁଞ୍ଜିକରଣ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ..

ବିଶ୍ବର  48ତମ ଦାମୀ  କମ୍ପାନୀ କମ୍ପାନୀ ରିଲାଏନ୍ସ
ବିଶ୍ବର 48ତମ ଦାମୀ କମ୍ପାନୀ କମ୍ପାନୀ ରିଲାଏନ୍ସ

By

Published : Jul 24, 2020, 3:20 PM IST

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ପୁଞ୍ଜିକରଣ 13 ଲକ୍ଷ କୋଟି ଟଙ୍କା ପାର କରିଛି । ଏଥିସହ ଏହା ବିଶ୍ବର ଶ୍ରେଷ୍ଠ ମୁଲ୍ୟବାନ କମ୍ପାନୀ ଲିଷ୍ଟରେ 48 ନମ୍ବରରେ ପହଞ୍ଚିଛି । ରିଲାଏ୍ସ ଇଣ୍ଡଷ୍ଟ୍ରିଜର ଅଶୋଧିତ ତୈଳ , ରିଫାଇନାରୀ , ପେଟ୍ରୋ ରାସାୟନ, ଖୁଚୁରା ଓ ଦୂରସଞ୍ଚାର ସେକ୍ଟରରେ କାମ କରୁଥିବା ଦେଶର ପ୍ରମୁଖ କମ୍ପାନୀ ଅଟେ ।

ସେୟାର ବଜାର ତଥ୍ୟ ଅନୁସାରେ ସମଗ୍ର ଦୁନିଆରେ ବଜାର ପୁଞ୍ଜିକରଣ ହିସାବରେ ରିଲାଏନ୍ସ 48ତମ ସବୁଠୁ ଦାମୀ କମ୍ପାନୀ । ଏହି ଲିଷ୍ଟରେ 1,700 ଅରବ ଡଲାର ବଜାର ପୁଞ୍ଜିକରଣ ସହିତ ସାଉଦି ଆରାମକୋ ଦୁନିଆର ସବୁଠୁ ମୁଲ୍ୟବାନ କମ୍ପାନୀ ।

ଏହା ପଛକୁ କ୍ରମଶଃ ଆପଲ, ମାଇକ୍ରୋସଫ୍ଟ, ଆମାଜନ, ଆଲ୍ପାବେଟ (ଗୁଗୁଲ) ନମ୍ବର ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ବିଏସଇ ଗୁରୁବାର 2.82 ପ୍ରତିଶତ ବୃଦ୍ଧି ସହ 2,060.65 ଟଙ୍କାରେ ବନ୍ଦ ହୋଇଛି । ଏହା ଦ୍ବାରା କମ୍ପାନୀର ବଜାର ମୂଲ୍ୟଙ୍କାନ 13 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ରିଲାଏନ୍ସ ଏସିଆର ଶ୍ରେଷ୍ଠ ୧୦ରେ ଅଛି । ଚୀନ୍‌ର ଆଲିବାବା ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି। ରିଲାଏନ୍ସ ବ୍ୟତୀତ, ଶ୍ରେଷ୍ଠ 100 ରେ ଭାରତର ଅନ୍ୟ ଏକ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ ଅନ୍ତର୍ଭୁକ୍ତ । TCS ର ବଜାର ପୁଞ୍ଜିକରଣ 8.14 ଲକ୍ଷ କୋଟି ଟଙ୍କା ରହିଛି ।

ABOUT THE AUTHOR

...view details