ଓଡିଶା

odisha

By

Published : Dec 2, 2020, 5:21 PM IST

ETV Bharat / business

ଆରବିଆଇର ମୁଦ୍ରାନୀତି ବୈଠକ ଆରମ୍ଭ, 4ରେ ନିଷ୍ପତ୍ତି ଘୋଷଣା

ଖୁଚୁରା ମୁଦ୍ରାସ୍ପୀତି ସର୍ବୋଚ୍ଚ ସ୍ତରରେ ରହିବା ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାରକୁ ଅପରିବର୍ତ୍ତିତ ରଖାଯାଇପାରେ । ଅକ୍ଟୋବର ମାସରେ ମୁଦ୍ରାନୀତି ସମୀକ୍ଷା ବୈଠକ ସମୟରେ ମଧ୍ୟ ଆରବିଆଇ ରେପୋରେଟ ଦରକୁ ସ୍ଥିର ରଖିଥିଲା । ଅଧିକ ପଢନ୍ତୁ..

ଆରବିଆଇର ମୁଦ୍ରାନୀତି ବୈଠକ ଆରମ୍ଭ , 4 ରେ  ନିଷ୍ପତ୍ତି ଘୋଷଣା
ଆରବିଆଇର ମୁଦ୍ରାନୀତି ବୈଠକ ଆରମ୍ଭ , 4 ରେ ନିଷ୍ପତ୍ତି ଘୋଷଣା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରାନୀତି ସମିତି (ଏମପିସି)ର ବୈଠକ ବୁଧବାର ଠାରୁ ଆରମ୍ଭ ହୋଇଛି । 3ଦିନ ଧରି ହେବାକୁ ଥିବା ଏହି ବୈଠକର ନିଷ୍ପତ୍ତି ଡିସେମ୍ବର 4 ଅର୍ଥାତ ଶୁକ୍ରବାର ଘୋଷଣା କରାଯିବ ।

କୁହାଯାଇଛି କି, ଖୁଚୁରା ମୁଦ୍ରାସ୍ପୀତି ସର୍ବୋଚ୍ଚ ସ୍ତରରେ ରହିବା ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାରକୁ ଅପରିବର୍ତ୍ତିତ ରଖାଯାଇପାରେ । ଅକ୍ଟୋବର ମାସରେ ମୁଦ୍ରାନୀତି ସମୀକ୍ଷା ବୈଠକ ସମୟରେ ମଧ୍ୟ ଆରବିଆଇ ରେପୋରେଟ ଦରକୁ ସ୍ଥିର ରଖିଥିଲା । ନିକଟରେ ମୁଦ୍ରାସ୍ପୀତି ହାର 6 ପ୍ରତିଶତ ପାର କରିଛି ।

ରିଜର୍ଭ ବ୍ୟାଙ୍କର ଅନୁମାନ ରହିଛି କି, କୋଭିଡ-19 ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାରେ 9.5 ପ୍ରତିଶତ ହ୍ରାସ ହୋଇଛି । ତେବେ ଏ ବର୍ଷ ଫେବୃଆରୀ ଠାରୁ ଏବେ ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କ ରେପୋରେଟ ହାରକୁ 1.15 ପ୍ରତିଶତ ହ୍ରାସ କରିଦେଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଉପଭୋକ୍ତା ମୁଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ପୀତି ଅଧିକ ରହିବା ଯୋଗୁଁ ରିଜର୍ଭ ବ୍ୟାଙ୍କର ରେପୋରେଟ ହାରରେ ହ୍ରାସ ହେବ ନାହିଁ । ତେବେ ପ୍ରଥମ ତ୍ରୟମାସିକ ଅପେକ୍ଷା ଦ୍ବିତୀୟ ମାସର ଜିଡିପି ଅଭିୂବୃଦ୍ଧି ହାର ରିପୋର୍ଟରୁ ଦେଖିଲେ ଅର୍ଥନୀତି ସୁଧାରୁଥିବା ଅନୁମାନ କରିଛନ୍ତି ଅର୍ଥନୀତିଜ୍ଞ । ତେବେ ଖୁଚୁରା ମୁଦ୍ରାସ୍ପୀତି ସର୍ବୋଚ୍ଚ ସ୍ତରରେ ଜାରି ରହିଛି ।

ABOUT THE AUTHOR

...view details