ନୂଆଦିଲ୍ଲୀ: ଆଜିଠୁ (ମଙ୍ଗଳବାର) ଆରମ୍ଭ ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ । ଏହା ନୂଆ ଆର୍ଥିକ ବର୍ଷ(2019-20)ର ପ୍ରଥମ ଦ୍ବିମାସିକ ମୌଦ୍ରିକ ସମୀକ୍ଷା । ଆଶା କରାଯାଉଛି ନିର୍ବାଚନୀ ଘଡିରେ ଜନତାଙ୍କୁ ଆଶ୍ବସ୍ତି ଦେବାକୁ ପୁଣି ହ୍ରାସ ହୋଇପାରେ ରେପୋ ରେଟ ଦର ।
ଆରବିଆଇର 6 ଜଣିଆ ମୁଦ୍ରା ନୀତି କମିଟି ଏ ନେଇ ସମୀକ୍ଷା କରିବେ । ଆଜିଠାରୁ 3 ଦିନ ଧରି ଏହି ବୈଠକ ଚାଲିବ । ଏହା ପରେ ଆସନ୍ତା 4 ତାରିଖରେ କମିଟି ନେଇଥିବା ନିଷ୍ପତ୍ତିକୁ ଘୋଷଣା କରାଯିବ ।