ଓଡିଶା

odisha

ETV Bharat / business

ଅଫଲାଇନ ପେମେଣ୍ଟ ସୁବିଧାକୁ ଅନୁମତି ଦେବ ଆରବିଆଇ

ବିନା ଇଣ୍ଟରନେଟରେ କାର୍ଡ ଓ ମୋବାଇଲ ଜରିଆରେ ଖୁଚୁରା ପେମେଣ୍ଟ ହେବ । ଡିଜିଟାଲ ଟ୍ରାଞ୍ଜକ୍ସନ ପାଇଁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ଏଭଳି ପଦକ୍ଷେପ ଗ୍ରହଣ କରିଛି । । ଅଧିକ ପଢନ୍ତୁ..

By

Published : Aug 6, 2020, 7:46 PM IST

ଅଫଲାଇନ ପେମେଣ୍ଟ ସୁବିଧାକୁ ଅନୁମତି ଦେବ ଆରବିଆଇ
ଅଫଲାଇନ ପେମେଣ୍ଟ ସୁବିଧାକୁ ଅନୁମତି ଦେବ ଆରବିଆଇ

ମୁ୍ମ୍ବାଇ: ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଲେଟ ଆଧାରରେ ଅଫଲାଇନ ପେମେଣ୍ଟ ଯୋଜନା ନେଇ ଘୋଷଣା କରିଛି । ଅର୍ଥାତ ବିନା ଇଣ୍ଟରନେଟରେ କାର୍ଡ ଓ ମୋବାଇଲ ଜରିଆରେ ଖୁଚୁରା ପେମେଣ୍ଟ ହେବ । ଏ ନେଇ ଅନୁମତି ଦେବ ଆରବିଆଇ ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ଡିଜିଟାଲ କାରବାର କରିବାକୁ ଉତ୍ସାହିତ କରିବା । ଖାସ କରି ଯେଉଁ ସବୁ ସ୍ଥାନରେ ଇଣ୍ଟରନେଟ ସଂଯୋଗର ଅଭାବ ରହିଛି ସେଠାରେ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ ଦିଆଯିବ ।

ରିଜର୍ଭ ବ୍ୟାଙ୍କ 'ବିକାଶ ଏବଂ ନିୟାମକ ନୀତି' ଉପରେ ଏକ ବିବୃତ୍ତିରେ କହିଛି କି, ‘‘ ଅଫଲାଇନ ପେମେଣ୍ଟ ସମାଧାନ ବିକାଶ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ୟୁନିଟ ଗୁଡିକୁ ଉତ୍ସାହିତ କରୁଛି। ସେଥିପାଇଁ ପାଇଲଟ ସ୍କିମ୍ ଅଧୀନରେ ‘ଅଫଲାଇନ’ ୟୁଜର୍ସଙ୍କ ସ୍ବାର୍ଥ ରକ୍ଷା ଓ ଲାଇବଲାଇଜ ସୁରକ୍ଷା ଆଦିକୁ ଧ୍ୟାନରେ ରଖି ଅଫଲାଇନରେ ଅଳ୍ପ ପରିମାଣର ପେମେଣ୍ଟ ପାଇଁ ରହିଥିବା ପ୍ରସ୍ତାବକୁ ଅନୁମତି ଦେବ । ’’

ତେବେ ଏ ନେଇ ଶୀଘ୍ର ନିର୍ଦ୍ଦେଶ ଜାରି ହେବ ବୋଲି କୁହାଯାଇଛି । ରିଜର୍ଭ ବ୍ୟାଙ୍କ କହିଛି କି, ପାଇଲେଟ ଯୋଜନାରୁ ପ୍ରାପ୍ତ ଅନୁଭବ ଆଧାରରେ ଯୋଜନା ଲାଗୁ କରିବା ପାଇଁ ବିସ୍ତୁତ ଦିଶାନିର୍ଦ୍ଦେଶ ଜାରି କରାଯିବ ।

ଆରବିଆଇ କହିଛି, ‘‘ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସଂଯୋଗ ଅଭାବ କିମ୍ବା ଏହାର ନିମ୍ନ ଗତି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏକ ବଡ ପ୍ରତିବନ୍ଧକ ଅଟେ। ଏହାକୁ ଦୃଷ୍ଟିରେ ରଖି କାର୍ଡ, ୱାଲେଟ୍ ଏବଂ ମୋବାଇଲ ଉପକରଣ ମାଧ୍ୟମରେ ଅଫଲାଇନ ପେମେଣ୍ଟର ବିକଳ୍ପ ଉପଲବ୍ଧ କରାଯାଉଛି। ଆଶା ରହିଛି କି ଏହା ଦ୍ବାରା ଡିଜିଟାଲ ପେମେଣ୍ଟକୁ ଆହୁରି ପ୍ରୋତ୍ସାହନ ମିଳିବ ।

କେନ୍ଦ୍ରୀୟ ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ‘ପେମେଣ୍ଟ ସିଷ୍ଟମ ଅପରେଟର’ (PSO) କୁ ଅନଲାଇନ୍ ବିବାଦର ସମାଧାନ (ODR) ଲାଗୁ କରିବାକୁ ପଡିବ। ଡିଜିଟାଲ କାରବାର ବଢୁଥିବାରୁ ବିବାଦ ଏବଂ ଅଭିଯୋଗ ମଧ୍ୟ ବୃଦ୍ଧି ପାଇଛି।

ABOUT THE AUTHOR

...view details