ନୂଆଦିଲ୍ଲୀ: ଯଦି ଆପଣ ୟେସ ବ୍ୟାଙ୍କର ଗ୍ରହକ ହୋଇଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଝଟକା ଦେବା ଭଳି ଖବର ହୋଇପାରେ । ୟେସ ବ୍ୟାଙ୍କରୁ 50 ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଣର ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ସୂଚନା ଅନୁସାରେ ଆରବିଆଇ ଆଗାମୀ 1 ମାସ ପର୍ଯ୍ୟନ୍ତ ଏହି ଆଦେଶ ଦେଇଛି । ଅର୍ଥାତ ୟେସ ବ୍ୟାଙ୍କର ଗ୍ରାହକ 1 ମାସ ଯାଏଁ ନିଜ ଖାତାରୁ 50 ହଜାର ପର୍ଯ୍ୟନ୍ତ ହିଁ ଟଙ୍କା ଉଠାଇ ପାରିବେ । ଏହା ବ୍ୟତିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ସିଏଫଓ ପ୍ରଶାନ୍ତ କୁମାରଙ୍କୁ ୟେସ ବ୍ୟାଙ୍କର ପ୍ରଶାସକ ନିଯୁକ୍ତ କରାଯାଇଛି ।
ୟେସ ବ୍ୟାଙ୍କର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛନ୍ତି । ଗତ କିଛି ଦିନ ହେବ ୟେସ ବ୍ୟାଙ୍କ ଫଣ୍ଡକୁ ନେଇ ସଙ୍ଘର୍ଷ କରିଚାଲିଛି । ଅନ୍ୟପକ୍ଷେ ଏହାପୂର୍ବରୁ ଖବର ଆସିଥିଲା ଯେ ସରକାର ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇକୁ ୟେସ ବ୍ୟାଙ୍କର ଶେୟାର କିଣିବାକୁ କହିଛନ୍ତି ।