ଓଡିଶା

odisha

ETV Bharat / business

ଆରବିଆଇ ଭେଟି: 4ର୍ଥ ଥର କମିଲା ରେପୋରେଟ, ଶସ୍ତା ହେଲା ଇଏମଆଇ

ଆରବିଆଇ ପୁଣି ଦେଲା ଶସ୍ତା ଋଣ ଉପହାର । ଦ୍ବୀତିୟ ତ୍ରୈମାସିକ ମୁଦ୍ରାନୀତି ସମୀକ୍ଷାରେ ରେପା ହାର 35 ବେସିସ ପଏଣ୍ଟ ହ୍ରାସ ପାଇ 5.40 ପ୍ରତିଶତ ହୋଇଛି । ଏଣିକି ଗୃହ ଓ କାର ଋଣର ଇଏମଆଇ କମିବ ।

ଫଟୋ ସୌଜନ୍ୟ-ଏଏନଆଇ

By

Published : Aug 7, 2019, 2:45 PM IST


ନୂଆଦିଲ୍ଲୀ: ପୁଣି ଶସ୍ତା ହେଲା ଆରବିଆଇ ରେପୋରେଟ ହାର । ଦ୍ବୀତିୟ ତ୍ରୈମାସିକ ମୁଦ୍ରାନୀତି ସମୀକ୍ଷାରେ ରେପା ହାର 35 ବେସିସ ପଏଣ୍ଟ ହ୍ରାସ ପାଇ 5.40 ପ୍ରତିଶତ ହୋଇଛି । ସେହିପରି ରିଭର୍ସ ରେପୋରେଟ 5.15 ପ୍ରତିଶତକୁ ଖସିଛି ।

ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ହେବା ପରେ ଲଗାତାର 4 ଥର ଧରି ରେପାରେଟ ହ୍ରାସ ପାଇଛି । ଏହା ବ୍ୟାତିତ ଜିଡିପି ଅଭିବୃଦ୍ଧି ହାର ଆକାଳନ 7ରୁ କମାଇ 6.9 ପ୍ରତିଶତ କରାଯାଇଛି ।

ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗତ 3ଦିନ ଧରି 6 ଜଣିଆ ମୁଦ୍ରାନୀତି କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ 5.75 ପ୍ରତିଶତ ରହିଥିଲା । ଯାହାକି 2010 ପରେ ସର୍ବନିମ୍ନ । ଚଲିତ ବର୍ଷ ଆରବିଆଇ ଲଗାତାର ଭାବେ ରେପୋରେଟ ହାର ହ୍ରାସ କରିଲାଗିଛି । ଏହା ଦ୍ବାରା ଋଣ କ୍ଷମତା ବଢିବା ସହ ସୁଧ ଶସ୍ତା ହେବ ।

କାରଣ ରେପୋରେଟ ହ୍ରାସ ଅର୍ଥ ବ୍ୟାଙ୍କର ମାର୍ଜିନାଲ କାଷ୍ଟ ବେସ୍ଡ ଲ୍ୟାଣ୍ଡିଙ୍ଗ ରେଟ (MCLR) ମଧ୍ୟ କମିବ । ଫଳରେ ସୁଧହାର, ଇଏମଆଇ ଆଦି ଶସ୍ତା ପାଇବ।

ABOUT THE AUTHOR

...view details