ହାଇଦ୍ରାବାଦ: 2021 ଜାନୁଆରୀ ପହିଲାରୁ ବଢିବ କଣ୍ଟାକ୍ଟଲେସ କାର୍ଡ ନେଣଦେଣ ସୀମାର ଲିମିଟ । ବର୍ତ୍ତମାନ କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ 2000 ଟଙ୍କା ଟ୍ରାଞ୍ଜାକ୍ସନ ହେଉଥିଲା ବେଳେ ଜାନୁଆରୀ 1 ରୁ ଏହା ବଢି 5 ହଜାର ଟଙ୍କା ହେବ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏନେଇ ପ୍ରସ୍ତାବ କରିଛି ।
ଷଷ୍ଠ ଦ୍ବିମାସିକ ମୁଦ୍ରାନୀତି ବୈଠକର ନିର୍ଣ୍ଣୟ ଘୋଷଣା କରି କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ଏହି ପଦକ୍ଷେପ ଦ୍ବାରା ଡିଜିଟାଲ ପେମେଣ୍ଟକୁ ସୁରକ୍ଷିତ ଭାବେ ଆପଣାଇବାରେ ସହଯୋଗ ମିଳିବ ।
ତେବେ ଏହି ବର୍ଦ୍ଧିତ ସୀମାକୁ ପରିବର୍ତ୍ତନ ନିର୍ଣ୍ଣୟ ସମ୍ପୂର୍ଣ୍ଣ ଭାବେ ଉପଭୋକ୍ତାଙ୍କ ଉପରେ ନିର୍ଭର । ଅର୍ଥାତ ଯଦି କାର୍ଡଧାରୀ ସୁରକ୍ଷା ଚିନ୍ତା ଯୋଗୁଁ 2000 ଟଙ୍କାର ବର୍ତ୍ତମାନ ସୀମାକୁ ଅପରିବର୍ତ୍ତିତ ରଖିବାକୁ ଚାହିଁବେ , ତେବେ ଏଭଳି କରିପାରେିବେ ।
କଣ୍ଟାକ୍ଟଲେସ ପେମେଣ୍ଟ କଣ ?
କଣ୍ଟାକ୍ଟଲେସ ପେମେଣ୍ଟ ତୁଳନାତ୍ମକ ଭାବେ ନୂତନ ଟେକ୍ନୋଲୋଜି । ଯାହା ଦ୍ବାରା ଆପଣଙ୍କୁ କଣ୍ଟାକ୍ଟଲେସ୍ ପେମେଣ୍ଟ କାର୍ଡ ମେସିନରେ ଆପଣଙ୍କ କାର୍ଡକୁ ଟ୍ୟାପ କିମ୍ବା ତାହାକୁ ଲଗାଇବା କ୍ଷଣି ପେମେଣ୍ଟ ହୋଇଯିବ । ଏଥିପାଇଁ ଆପଣଙ୍କୁ କାର୍ଡକୁ ସ୍ବାଇପ କିମ୍ବା ଭର୍ତ୍ତି କରିବାକୁ ପଡିବ ନାହିଁ । ତେବେ ମେସିନର 2ରୁ 5 ସେମି ମଧ୍ୟରେ କାର୍ଡ ରହିଲେ ବି ପେମଣ୍ଟ ହୋଇଯିବ । ଏପରିକି ଏଥିପାଇଁ କୌଣସି ଓଟିପି କିମ୍ବା ପିନର ମଧ୍ୟ ଆବଶ୍ୟକ ନାହିଁ । କଣ୍ଟାକ୍ଟଲେସ ପେମେଣ୍ଟରେ ଏବେ ସର୍ବାଧିକ 2000 ଟଙ୍କା ପେମଣ୍ଟ କରାଯାଉଛି ।
ମହାମାରୀ ସମୟରେ ଏହାର ବ୍ୟବହାର ଅଧିକ ହୋଇଛି । ଏବେ ଆରବିଆଇ ଏହି କ୍ୟାରରକୁ ବଢାଇ 5000 କରିଦେଇଛି । ଅର୍ଥାତ 5000 ଟଙ୍କାରୁ ଅଧିକ ନେଣଦେଣ ଉପରେ କୌଣସି ପିନ କିମ୍ବା ଓଟିପିର ଆବଶ୍ୟକତା ହେବ ।