ଓଡିଶା

odisha

ETV Bharat / business

ସରକାରଙ୍କ ପାଇଁ ଭଣ୍ଡାର ଖୋଲିଦେଲା ଆରବିଆଇ

ଦେଶର ଅର୍ଥ ଭଣ୍ଡାର ଉପରେ ସରକାରଙ୍କ ଅଧିକାର ଅଛି। ନିଜ ଆବଶ୍ୟକତା ଅନୁଯାୟୀ ସରକାର ଚାହିଁଲେ ଆରବିଆଇ ଠାରୁ ଆର୍ଥିକ ସହାୟତା ଲୋଡିପାରିବେ।

By

Published : Feb 8, 2019, 8:37 PM IST

Updated : Feb 11, 2019, 3:31 PM IST

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଦେଶର ଅର୍ଥ ଭଣ୍ଡାର ଉପରେ ସରକାରଙ୍କ ଅଧିକାର ଅଛି। ନିଜ ଆବଶ୍ୟକତା ଅନୁଯାୟୀ ସରକାର ଚାହିଁଲେ ଆରବିଆଇ ଠାରୁ ଆର୍ଥିକ ସହାୟତା ଲୋଡିପାରିବେ। ଏନେଇ ଆରବିଆକୁ ମଧ୍ୟ କୌଣସି ଆପତ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ସରକାର ଏହି ଟଙ୍କାକୁ ଜନତାଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଦିଗରେ ବିନିଯୋଗ କରିବାକୁ ଚାହାଁନ୍ତି । ଏଥିସହ ରାଜକୋଷର ନିଅଣ୍ଟ ଭରଣ ପୋଷଣ କରିବାରେ ଏହି ଟଙ୍କାକୁ ଉପଯୋଗ କରିବେ ବୋଲି ସରକାର ଯୁକ୍ତି ବଢାଯାଇଥିଲା । କିନ୍ତୁ ଆରବିଆଇ ଟଙ୍କା ଦେବାକୁ ନାରାଜ ଥିଲା। ଆରବିଆଇ ମୁତାବକ, ଏତେ ପରିମାଣର ଟଙ୍କାକୁ ଏପରି ଖର୍ଚ୍ଚ କରିବା ଠିକ ନୁହେଁ । କାରଣ ଏଥିରୁ କିଛି ଲାଭ ମିଳିପାରିବ ନାହିଁ ବୋଲି ଆରବିଆଇ ପୂର୍ବାନୁମାନ କରିଥିଲା ।

ପ୍ରକାଶ ଥାଉ କି , ଆରବିଆଇରେ ଗଚ୍ଛିତ ୯.୬ ଲକ୍ଷ କୋଟି ଟଙ୍କାରୁ କିଛି ଭାଗ ସରକାର ନେବାକୁ ଚାହୁଁଥିଲେ । ହେଲେ ଏଥିପ୍ରତି ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ ସହମତି ଜଣାଇନଥିଲେ। ଯେଉଁଥିପାଇଁ ସରକାର ଓ ଆରବିଆଇ ମଧ୍ୟରେ ବଡ ବିବାଦ ମୁଣ୍ଡଟେକିଥିଲା । ଏହି ବିବାଦ ଏତେ ଗଭୀର ଥିଲା ଯେ ଶେଷରେ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ।

୨୦୧୭-୧୮ରେ ରିଜର୍ଭ ବ୍ୟାଙ୍କ ୫୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେଇଥିବାବେଳେ ୨୦୧୬-୧୭ରେ ୬୫୯ କୋଟି ଟଙ୍କା ଦେଇଥିଲା ।

Last Updated : Feb 11, 2019, 3:31 PM IST

For All Latest Updates

ABOUT THE AUTHOR

...view details