ମୁମ୍ବାଇ:କୋରୋନା ଭାଇରସ ମହାମାରୀ ଯୋଗୁଁ ଦେଖାଦେଇଥିବା ଆର୍ଥିକ ବ୍ୟବଧାନକୁ ଦୃଷ୍ଟିରେ ରଖି ବାଣିଜ୍ୟିକ ବ୍ୟାଙ୍କ ଓ ସହକାରୀ ବ୍ୟାଙ୍କକୁ ମିଳିବ ରିଲିଫ । ଶୁକ୍ରବାର ଆରବିଆଇ କହିଛି କି, 2020 ମାର୍ଚ୍ଚ ଶେଷରେ, ସମାପ୍ତ ଆର୍ଥିକ ବର୍ଷର ପ୍ରଫିଟ ନିଜ ପାଖରେ ରଖନ୍ତୁ ବ୍ୟାଙ୍କ ।
ରିଜର୍ଭ ବ୍ୟାଙ୍କ ଆହୁରୀ ମଧ୍ୟ ଜଣାଇଛି ଯେ, 2019-21 ପାଇଁ ଲାଭାଂଶର ପେମେଣ୍ଟ କରିବା ଜରୁରୀ ନୁହେଁ । କୋରୋନା ମହାମାରୀ ଯୋଗୁଁ ଉପୁଜିଥିବା ଆର୍ଥିକ ସଙ୍କଟ ଓ ବଢିଥିବା ଅନିଶ୍ଚିତତାକୁ ଦର୍ଶାଇ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥବ୍ୟବସ୍ଥାକୁ ସାହାରା ଦେବାକୁ ଏଭଳି ନିଷ୍ପତ୍ତି ନେଇଛି । ଅର୍ଥନୀତିକୁ ଯେପରି କୌଣସି କ୍ଷତି ନ ପହଞ୍ଚିବ ସେଥିପାଇଁ ବ୍ୟାଙ୍କ ଦ୍ବାରା ପୁଞ୍ଜି ସଂରକ୍ଷିତ ରଖିବା ଜରୁରୀ ବୋଲି ମତ ରଖିଛି ଆରବିଆଇ ।