ଓଡିଶା

odisha

ETV Bharat / business

ସରକାରଙ୍କୁ 57,128 କୋଟି ଟଙ୍କା ଲାଭାଂଶ ଦେବ ଆରବିଆଇ - ଆରବିଆଇ

ଆରବିଆଇ ସରକାରଙ୍କୁ ଲାଭାଂଶ ବାବଦରେ 57,128 କୋଟି ଟଙ୍କା ସ୍ଥାନାନ୍ତରଣ କରିବ । ଏ ନେଇ କେନ୍ଦ୍ର ବ୍ୟାଙ୍କ ବୋର୍ଡ ମଞ୍ଜୁରୀ ଦେଇଛି । ଅଧିକ ପଢନ୍ତୁ..

1 ଲକ୍ଷ ଟଙ୍କାର ଗହଣା ଓ 20 ହଜାରରୁ ଅଧିକ ହୋଟେଲ ବିଲ ଆସୁଛି କି
1 ଲକ୍ଷ ଟଙ୍କାର ଗହଣା ଓ 20 ହଜାରରୁ ଅଧିକ ହୋଟେଲ ବିଲ ଆସୁଛି କି

By

Published : Aug 14, 2020, 8:05 PM IST

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୋର୍ଡ ଆକାଉଣ୍ଟିଂ ବର୍ଷ 2019-20 ପାଇଁ କେନ୍ଦ୍ର ସରକାରଙ୍କୁ 57,128 କୋଟି ଟଙ୍କା ଲାଭାଂଶ ଦେବା ପାଇଁ ମଞ୍ଜୁରୀ ଦେଇଛି । ଏହା ବ୍ୟତିତ ଆରବିଆଇ ବୋର୍ଡ ଜରୁରୀକାଳୀନ ରିସ୍କ ବଫର(Contingency Risk Buffer )କୁ 5.5 ପ୍ରତିଶତରେ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଆରବିଆଇ ଏକ ବିବୃତ୍ତିରେ କହିଛି କି ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏହା କେନ୍ଦ୍ରୀୟ ବୋର୍ଡର 548 ତମ ବୈଠକ ।

ବୋର୍ଡର ବୈଠକରେ ବର୍ତ୍ତମାନର ଆର୍ଥିକ ସ୍ଥିତି, ବୈଶ୍ବିକ ଓ ଘରୋଇ ଚ୍ୟାଲେଞ୍ଜ କଥା ଆରବିଆଇ ଦ୍ବାରା କୋଭିଡ-19 ରେ ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ କରାଯାଇଥିବା ମୌଦ୍ରିକ , ନିୟାମକୀୟ ଓ ଅନ୍ୟ ଉପାୟରେ ସମୀକ୍ଷା କରାଯାଇଛି ।

ପ୍ରକାଶ ଯେ, ରିଜର୍ଭ ବ୍ୟାଙ୍କ ନିଜ ଆୟରେ କୌଣସି ପ୍ରକାର ଆୟକର ଦେବାକୁ ପଡିନଥାଏ । ଏଣୁ ଆରବିଆଇର ଆବଶ୍ୟକତା ଖର୍ଚ୍ଚ , ନିବେଶ ପରେ ଯାହା ଟଙ୍କା ବଳକା ହୁଏ ତାକୁ ସରପ୍ଲସ ଫଣ୍ଡ କୁହାଯାଏ । ଯାହାକୁ ସେ ସରକାରଙ୍କୁ ଦେଇଥାଏ । ଏହି ନେଣଦେଣକୁ ନେଇ ସରକାର ଓ ଆରବିଆଇ ମଧ୍ୟରେ ବିବାଦ ବି ରହିଛି ।

ABOUT THE AUTHOR

...view details