ନୂଆଦିଲ୍ଲୀ: କୋଭିଡ ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ବତନ୍ତ୍ର ସଞ୍ଜିବନୀ । ବୁଧବାର ପ୍ରେସ କନଫରେନ୍ସ କରି ଅନେକ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି କି ବର୍ତ୍ତମାନ କୋରୋନା ସ୍ଥିତିର ଯାଞ୍ଚ ଜାରି ରଖିଛି ଆରବିଆଇ । ବିଶେଷ କରି ନାଗରିକ , ବ୍ୟବସାୟିକ ସଂସ୍ଥା ଓ ପ୍ରତିଷ୍ଠାନ ଉପରେ ନଜର ରହିଛି । କୋରୋନାର ପ୍ରଥମ ଲହର ପରେ ଭୁଶୁଡିପଡିଥିବା ଅର୍ଥନୀତି ପୁଣି ଅଣ୍ଟା ସଳଖୁଥିବା ବେଳେ ଦ୍ବିତୀୟ ଲହର ସଙ୍କଟ ବଢାଇଛି । ଏଣୁ ଭାଇରସ ସହ ଲଢିବା ପାଇଁ ଆମକୁ ଆମ ଉତ୍ସକୁ ସଠିକ ଭାବେ ପରିଚାଳନା କରିବାକୁ ହେବ ।
ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ 50 ହଜାର କୋଟି ଟଙ୍କାର ଫଣ୍ଡ ଘୋଷଣା ଆଜିର ମୁଖ୍ୟ କେନ୍ଦ୍ର ବିନ୍ଦୁ ରହିଥିବା ବେଳେ ଋଣ ବଣ୍ଟନକୁ ପ୍ରାଧାନ୍ୟ , ହାଲୁକା କରିଛି ଆର୍ଥିକ ସଙ୍କଟ ବୋଝ ।
ରିଜର୍ଭ ବ୍ୟାଙ୍କ ଆଗାମୀ 15 ଦିନରେ 35000 କୋଟି ଟଙ୍କା ସରକାରୀ ସିକ୍ୟୁରିଟିଜ କିଣିବ । 35000 କୋଟି ଟଙ୍କାର ସରକାରୀ ସିକ୍ୟୁରିଟିଜ କିଣିବାର ଦ୍ବିତୀୟ ପର୍ଯ୍ୟାୟ ମେ 20 ରେ ଆରମ୍ଭ କରାଯିବ ।