ଓଡିଶା

odisha

ETV Bharat / business

ଆଜିଠୁ ବଢିବ ATM ଫି - ଏଟିଏମ ଫି ବୃଦ୍ଧି

ବ୍ୟାଙ୍କ ATM ମାଧ୍ୟମରେ ଆର୍ଥିକ କାରବାର ପାଇଁ ଇଣ୍ଟରଚେଞ୍ଜ ଫି 15 ରୁ 17 ଟଙ୍କାକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଅଗଷ୍ଟ 1ରୁ ବଢିବ ATM ଫି
ଅଗଷ୍ଟ 1ରୁ ବଢିବ ATM ଫି

By

Published : Aug 1, 2021, 7:09 AM IST

ମୁମ୍ବାଇ: ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ATM ମାଧ୍ୟମରେ ଆର୍ଥିକ କାରବାର ପାଇଁ କିଛି ବଡ ପରିବର୍ତ୍ତନ କରିଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ପାଇଁ ଏହି ସମସ୍ତ ପରିବର୍ତ୍ତନ ଉର୍ଦ୍ଧିଷ୍ଟ । ଜାଣନ୍ତୁ କଣ ଏହି ପରିବର୍ତ୍ତନ ଏବଂ କିପରି ଏହା ଆପଣଙ୍କ ଉପରେ ଆର୍ଥିକ ବୋଝ ପକାଇବ ।

ବ୍ୟାଙ୍କ ATM ମାଧ୍ୟମରେ ଆର୍ଥିକ କାରବାର(ନଗଦ ଉଠାଣ, ଫଣ୍ଡ ଟ୍ରାନ୍ସଫର) ପାଇଁ ଇଣ୍ଟରଚେଞ୍ଜ ଚାର୍ଜ 15 ରୁ 17 ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଅଣ ଆର୍ଥିକ କାରବାର (ପିନ୍ ପରିବର୍ତ୍ତନ, ଚେକ୍ ବୁକ୍ ରିକ୍ୟୁଏଷ୍ଟ, ମିନି ଷ୍ଟେଟମେଣ୍ଟ) ପାଇଁ ଫି 5 ରୁ 7 ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଫି ବଢାଇବାକୁ ଆରବିଆଇ ସମସ୍ତ ବ୍ୟାଙ୍କକୁ ଅନୁମତି ଦେଇଛି । ନୋଟିଫିକେସନ ଅନୁଯାୟୀ, ଅଗଷ୍ଟ 1ରୁ ଏହି ନୂଆ ପରିବର୍ତ୍ତନ ଜାରି ହେବ ।

ଇଣ୍ଟରଚେଞ୍ଜ ଫି ହେଉଛି, ଯେବେ କୌଣସି ଗ୍ରାହକ ଅନ୍ୟ ବ୍ୟାଙ୍କ ଦ୍ବାରା ପରିଚାଳିତ ATMର ଉପଯୋଗ କରିଥାଏ ସେହି କ୍ଷେତ୍ରରେ ଗୋଟିଏ ବ୍ୟାଙ୍କ ଦ୍ବାରା ଆଉ ଏକ ବ୍ୟାଙ୍କ ଉପରେ ଲଗାଯାଇଥିବା କିଛି ଶୁଳ୍କ ଗ୍ରାହକକୁ ଦେବାକୁ ପଡିଥାଏ ।

ଆରବିଆଇ ସ୍ପଷ୍ଟ କରିଛି ଯେ ଗ୍ରାହକମାନେ ପ୍ରତ୍ୟେକ ମାସରେ ନିଜ ବ୍ୟାଙ୍କ ଏଟିଏମରୁ ପାଞ୍ଚଟି ମାଗଣା କାରବାର କରିପାରିବେ । ମେଟ୍ରୋ ସେଣ୍ଟରରେ ଅନ୍ୟ ବ୍ୟାଙ୍କ ଏଟିଏମରୁ ତିନୋଟି ଏବଂ ଅଣ ମେଟ୍ରୋ ସେଣ୍ଟରରେ 5 ଟି ମାଗଣା ନେଣଦେଣ କରିବାକୁ ସକ୍ଷମ ହେବେ ।

ABOUT THE AUTHOR

...view details