ଓଡିଶା

odisha

By

Published : Jun 18, 2020, 4:33 PM IST

ETV Bharat / business

ଚୀନ କମ୍ପାନୀ ଚୁକ୍ତିନାମାକୁ ରଦ୍ଦ କରିଛି ରେଲୱେ

ସୀମାରେ ହିଂସାତ୍ମକ ସଂଘର୍ଷ ପରେ ଚୀନକୁ ଭାରତର କଡା ଜବାବ । କାମରେ ଧୀମା ପ୍ରଗତି ଯୋଗୁଁ ଚୀନ କମ୍ପାନୀ ହାତରୁ ଚୁକ୍ତି ପ୍ରତ୍ୟାହାର କରିଛି ଭାରତୀୟ ରେଳବାଇ । ଅଧିକ ପଢନ୍ତୁ..

Railways to terminate Chinese companys contract due to poor progress
ଚୀନ କମ୍ପାନୀ ଚୁକ୍ତିନାମାକୁ ରଦ୍ଦ କରିଛି ରେଲୱେ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ମଧ୍ୟରେ ଏକ ଚୀନ କମ୍ପାନୀର ଚୁକ୍ତିନାମାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ରେଲୱେ । କାନପୁର ଓ ମୋଗଲସରାଇ ମଧ୍ୟରେ ଇଷ୍ଟନ ଡେଡିକେଟେଡ ଫ୍ରେଟ କୋରିଡରର 417 କିଲୋମିଟର ସେକ୍ସନ ଉପରେ ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନ କାମରେ ‘ଖରାପ ପ୍ରଗତି’ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି ।

ରେଲୱେ 2016ରେ ବେଜିଂ ନ୍ୟାସନାଲ ରେସୱେ ରିସର୍ଚ୍ଚ ଆଣ୍ଡ ଡିଜାଇନ ଇନଷ୍ଟିଚ୍ୟୁଟ ଅଫ ସିଗନାଲ ଆଣ୍ଡ କମ୍ୟୁନିକେସନ୍ ଗ୍ରୁପ୍କୁ 471 କୋଟି ଟଙ୍କାର କଣ୍ଟ୍ରାକ୍ଟ (ଠିକା) ଦେଇଥିଲା ।

ରେଲୱେ କହିଛି କି 2019 ସୁଦ୍ଧା ଏହି କାମ ପୂରା ପାଇଁ ନିର୍ଦ୍ଧାରିତ ହୋଇଛଥିଲା । ହେଲେ ଏବେ ସୁଦ୍ଧା କେବଳ 20 ପ୍ରତିଶତ କାମ ପୂରା ହୋଇଛି ।

ABOUT THE AUTHOR

...view details