ଓଡିଶା

odisha

ETV Bharat / business

ପିଏମ କେୟାର୍ସ ଫଣ୍ଡକୁ 151 କୋଟି ଟଙ୍କା ଦାନ କଲା ରେଳ ମନ୍ତ୍ରାଳୟ

କୋରୋନାକୁ ନେଇ ଚାରିଆଡୁ ସହଯୋଗର ହାତ ବଢୁଛି । ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଏବଂ ଜରୁରୀକାଳୀନ ରିଲିଫ ପାଣ୍ଠିକୁ ନଜରରେ ରଖି 151 କୋଟି ଟଙ୍କା ଦାନ କରିଛି ରେଳ ମନ୍ତ୍ରଣାଳୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Railways To Donate Rs 151 Crore
ପିଏମ କେୟାର୍ସ ଫଣ୍ଡରେ 151 କୋଟି ଟଙ୍କା ଦାନ କଲା ରେଲୱେ

By

Published : Mar 29, 2020, 11:54 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ପାଇଁ ଦେଶର ଆର୍ଥିକ ସ୍ଥିତି ମାନ୍ଦା ହୋଇପଡିଛି । ଏପରି କ୍ଷେତ୍ରରେ ନେତା, ଅଭିନେତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ଏବଂ ବହୁ କମ୍ପାନୀ ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି ପିଏମସ କୋୟର୍ସ ଫଣ୍ଡକୁ । ଆଉ ଏଥିରୁ ବାଦ ପଡିନି ରେଳ ବିଭାଗ । କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ ରବିବାର କହିଛନ୍ତି, କୋରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସହାଯ୍ୟର ହାତ ବଢାଇଛି ରେଳ ମନ୍ତ୍ରଣାଳୟ । ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଏବଂ ଜରୁରୀକାଳୀନ ରିଲିଫ ପାଣ୍ଠିକୁ ନଜରରେ ରଖି 151 କୋଟି ଟଙ୍କା ଦାନ କରିଛି ରେଳ ମନ୍ତ୍ରଣାଳୟ ।

ରେଳମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ସୁରେଶ ଅଙ୍ଗଜୀ ନିଜର ଏକ ମାସର ଦରମା ଦାନ କରିବେ । ସେହିପରି ରେଲୱେ ମନ୍ତ୍ରାଳୟ 13 ଲକ୍ଷ, ପିଏସୟୁ କର୍ମଚାରୀ ଏକ ଦିନର ଦରମା ଦାନ କରିବେ । ଯାହାକି ପିଏମ କେୟର୍ସ ଫଣ୍ଡରେ 151 କୋଟି ଟଙ୍କା ସହ ସମାନ ହେବ । କେନ୍ଦ୍ରସରକାର କୋରୋନା ଭାଇରସ ପ୍ରକୋପକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଏବଂ ଜରୁରୀକାଳୀନ ରିଲିଫ ଫଣ୍ଡ ନାଁରେ ଏକ ସାର୍ବଜନୀକ ଧର୍ମାର୍ଥ ଟ୍ରଷ୍ଟର ସ୍ଥାପନା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରଷ୍ଟର ଅଧ୍ୟକ୍ଷ ଥିବା ବେଳେ ଏହାର ସଦସ୍ୟତାରେ ରକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ସାମିଲ ଅଛନ୍ତି ।

ABOUT THE AUTHOR

...view details