ଓଡିଶା

odisha

ETV Bharat / business

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରେଳ ଟିକେଟ ସଂରକ୍ଷଣ ବ୍ୟବସ୍ଥା

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରେଳ ସଂରକ୍ଷଣ ବ୍ୟବସ୍ଥା । ଅନଲାଇନ କିମ୍ବା ରେଳ ସଂରକ୍ଷଣ କାଉଣ୍ଟରରୁ ଟିକେଟ ବୁକ କରାଯାଇପାରିବ । ତେବେ ବୁକିଂ ଆରମ୍ଭର 24 ଘଣ୍ଟାରେ 13 ଲକ୍ଷ ବୁକିଂ ହୋଇଛି । ଅଧିକ ପଢନ୍ତୁ...

By

Published : May 22, 2020, 6:20 PM IST

Railway reservation opens for public
ଖୋଲିଲା ରେଳ ଟିକେଟ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଷ୍ଟେସନକୁ ସଂଯୋଗ କରୁଥିବା 230 ଟ୍ରେନର ସମସ୍ତ ଶ୍ରେଣୀରେ ସର୍ବସାଧାରଣଙ୍କ ପାଇଁ ରେଳ ସଂରକ୍ଷଣ (reservation) ଖୋଲିଲା । ଶୁକ୍ରବାର ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନଲାଇନ ସହ ରେଳ ସଂରକ୍ଷଣ କାଉଣ୍ଟରରୁ ମାଧ୍ୟମରେ ସଂରକ୍ଷଣ ଟିକେଟ ବୁକିଂ କରାଯାଇପାରିବ ।

ଗତ କାଲି ସୁଦ୍ଧା 13 ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀ ଟିକେଟ ବୁକିଂ କରିଥିବା ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହିପରି ଭାବେ ଗୁରୁବାର ଟିକେଟ ବୁକିଂ ଆରମ୍ଭର ମାତ୍ର ଅଢେଇ ଘଣ୍ଟାରେ 4 ଲକ୍ଷ ଟିକେଟ ବୁକିଂ କରାଯାଇଥିଲା ।

ଗୁରୁବାର ଭାରତୀୟ ରେଳବାଇ କହିଛି ଯେ, 22 ତାରିଖରୁ ପୋଷ୍ଟ ଅଫିସ ଏବଂ ଲାଇସେନ୍ସପ୍ରାପ୍ତ ଯାତ୍ରୀ ଟିକେଟ ସୁବିଧା କେନ୍ଦ୍ର (YTSK) ସମେତ ବିଭିନ୍ନ ( IRCTCର ଅଫିସିଆଲ) ପୋର୍ଟାଲରେ ସଂରକ୍ଷଣ ଟିକେଟ ବୁକିଂ କିମ୍ବା ବାତିଲ କରାଯାଇପାରିବ।

ଭାରତୀୟ ରେଲୱେ ଜୁନ ପହିଲାରୁ 230 ଯାତ୍ରୀବାହୀ ଟ୍ରେନ ଚଲାଇବାକୁ ଘୋଷଣା କରିଛି ।

ABOUT THE AUTHOR

...view details