ନୂଆଦିଲ୍ଲୀ: ବଢିଲା ହାଣ୍ଡିଶାଳର ବଜେଟ । ମହଙ୍ଗା ପ୍ରହାର ସହ ଆଜିଠାରୁ ବୃଦ୍ଧି ହେଲା ରନ୍ଧନ ଗ୍ୟାସ (ଏଲପିଜି) ଦାମ । ଦିଲ୍ଲୀରେ ସିଲିଣ୍ଡର ପିଛା ଦାମ 50 ଟଙ୍କା ବୃଦ୍ଧି ହୋଇଛି । ଏଥି ସହ 14.2 କିଲୋଗ୍ରାମର ସବସିଡିଯୁକ୍ତ ସିଲିଣ୍ଡର ଦାମ ଏବେ 769 ଟଙ୍କାରେ ପହଞ୍ଚିଛି । ନୂଆ ଦାମ ଆଜି ମଧ୍ୟ ରାତ୍ର (ରାତି 12)ରୁ ଲାଗୁ ହେବ ।
ପୁଣି ବଢିଲା ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ
ବଢିଲା ଗ୍ୟାସ ସିଲିଣ୍ଡର ଦାମ । ଏହାକୁ ମିଶାଇ ଫେବୃଆରୀରେ 2 ଥର ବଢିଛି ରନ୍ଧନ ଗ୍ୟାସ ଦାମ । ତେବେ ଆଜି ର ନୂଆ ଦାମ ଆଜି ରାତି 12 ଟାରୁ ଲାଗୁ ହେବ । ଅଧିକ ପଢନ୍ତୁ..
ଫେବୃଆରୀରେ ଲଗାତାର 2 ଥର ଧରି ଗ୍ୟାସ ସିଲିଣ୍ଡର ଦାମ ବଢିଛି । ତେଲ ମାର୍କେଟିଂ କମ୍ପାନୀ ଫେବୃଆରୀ 4 ରେ ମେଟ୍ରୋ ସିଟି ଗୁଡିକରେ ଅଣ ସବସିଡି ଗ୍ୟାସ ପ୍ରତି ୟୁନିଟ ପିଛା 25 ଟଙ୍କା ବଢାଇଥିଲେ । ତେବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ହୁ ହୁ ବଢିବା ସହ ସର୍ବକାଳୀନ ସ୍ତରରେ ପହଞ୍ଚିଥିବା ନେଇ ରନ୍ଧନ ଗ୍ୟାସ ଦାମ ଖାଉଟିଙ୍କୁ ଚିନ୍ତାରେ ପକାଇଛମି ।
ପ୍ରାକୃତିକ ଗ୍ୟାସ ଓ ଅଶୋଧିତ ତୈଳକୁ ରନ୍ଧନ ଗ୍ୟାସ ପ୍ରସ୍ତୁତ ହୋଇଥାଏ । ଆଉ ଏହାର ଦାମ ବଢୁଥିବାକୁ ଗ୍ୟାସ ସିଲିଣ୍ଡର ଦାମ ବଢୁଛି। ପ୍ରକାଶ ଯେ, ଏଲପିଜି ଦାମ ଅନ୍ୟ ଗ୍ୟାସ ଓ ପେଟ୍ରୋଲିୟମ ପ୍ରଡକ୍ଟ ଭଳି ସରକାରୀ ତେଲ କମ୍ପାନୀ ନିର୍ଦ୍ଧାରଣ କରିଥାଏ । ଅନ୍ତରାଷ୍ଟ୍ରୀୟ ବଜାରରେ ଇନ୍ଧନ ଦାମ ବୃଦ୍ଧି ଓ ଆମେରକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଜବୁତ ହେଉଛି ସିଲିଣ୍ଡର ଦାମ ବୃଦ୍ଧିର କାରଣ ।