ଓଡିଶା

odisha

ETV Bharat / business

ପିଏନବିର ନୂଆ ଲୋଗୋ ଜାରି

ଏପ୍ରିଲ ପହିଲାରୁ ବ୍ୟାଙ୍କର ମହାମିଶ୍ରଣ । ଏହି ପରିପେକ୍ଷ୍ରୀରେ ପିଏନବି ନିଜର ନୂଆ ଲୋଗୋ ଜାରି କରିଛି । ଅଧିକ ପଢନ୍ତୁ..

pnb unveils new logo
ପିଏନବିର ନୂଆ ଲୋଗୋ ଜାରି

By

Published : Mar 30, 2020, 8:38 PM IST

ନୂଆଦିଲ୍ଲୀ. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଜାରି କଲା ନିଜର ନୂଆ ଲୋଗୋ । ଏପ୍ରିଲ ପହିଲାରୁ ପିଏନବିରେ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଓବିସିର ମିଶ୍ରଣ ହେବାକୁ ଯାଉଛି । ଏଥିପାଇଁ ବ୍ୟାଙ୍କ ଏହି ଲୋଗ ଜାରି କରିଛି ।ନୂଆ ଲୋଗରେ ଏହି 3 ରାଷ୍ଟ୍ରାୟତ ବ୍ୟାଙ୍କର ପ୍ରତୀକ ବା ଚିହ୍ନ ରହିଛି । ଏହି ମିଶ୍ରଣ ସହ ପିଏନବି ଦେଶର ଦ୍ବିତୀୟ ସର୍ବବୃହତ୍ତ ବଡ ବ୍ୟାଙ୍କରେ ପରିଣତ ହେବ ।

ପିଏନବିର ନୂଆ ଲୋଗୋ ଜାରି

ସୋମବାର ପିଏନବି ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ‘‘ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏକ ନୂଆ ଅବତାରରେ ଅଛି । ଏହା ଆମ ସହ ଏକ ଭଲ ଯାତ୍ରା ଓ ସହଜ ତଥା ସ୍ମାର୍ଟ ବ୍ୟାଙ୍କିଙ୍ଗ ପାଇଁ ରହିଛି । ’’

ପିଏନବି କହିଛି ଯେ, ଯେଉଁ ସବୁ ବ୍ୟାଙ୍କର ମିଶ୍ରଣ ହେଉଛି, ସେମାନଙ୍କ ପାଇଁ ଚିନ୍ତାର କୌଣସି କାରଣ ନାହିଁ । ଏହି 3 ବ୍ୟାଙ୍କ ଭଲ, ବଡ ଓ ମଜବୁତ ହେବା ପାଇଁ ଏକାଠି ମିଶିବାକୁ ଯାଉଛନ୍ତି ।ଏକ ଅନ୍ୟ ଟ୍ବିଟରେ ବ୍ୟାଙ୍କ କହିଛି ଯେ, ‘‘ଏକାଠି ଆମେ ବହୁତ ବଡ , ଅଧିକ ମଜବୁତ ଓ ଅଧିକ ଦ୍ରୁତ । ଲୋକ ଓ ବ୍ୟାଙ୍କ ଏବେ ପୂର୍ବ ତୁଳନାରେ ଅଧିକ ନିକଟତର ହେବେ । କୋରୋନା ଭାଇରସ ମହାମାରୀ ମଧ୍ୟରେ ଲକଡାଉନ ଜାରି ଥିବାରୁ ପିଏନବି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ପାଇଁ ଅପିଲ କରିଛି ।

ABOUT THE AUTHOR

...view details