ନୂଆଦିଲ୍ଲୀ: ଜିଏସଟି(ଦ୍ରବ୍ୟ ଓ ସେବା କର) ପଞ୍ଜିକୃତ ସମସ୍ତ ବ୍ୟବସାୟୀଙ୍କୁ ମିଳିବ 10 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା । କୃଷକଙ୍କ କ୍ରେଡିଟ କାର୍ଡ ଯୋଜନା ଭଳି ଏହି ସବୁ ବ୍ୟବସାୟୀଙ୍କ ପାଇଁ ‘ବେପାରୀ କ୍ରେଡିଟ କାର୍ଡ’ ମଧ୍ୟ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ତାଲକୋରା ଷ୍ଟାଡିୟମରେ ଆୟୋଜିତ ବେପାରୀ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ଯେଉଁ ବ୍ୟବସାୟୀ ଜିଏସଟି ଅନ୍ତଭୁକ୍ତ ଥିବେ, ସମୟ ଅନୁଯାୟୀ ରିଟର୍ଣ୍ଣ ଭରୁଥିବେ। ସେମାନଙ୍କୁ ବୀମା ସୁବିଧା ଉପଲବ୍ଧ ହେବ । ଏଥିସହ ଚାଷୀଙ୍କୁ ଯେପରି କିଶାନ କାର୍ଡ ଦ୍ବାରା ଲୋନ ମିଳିଥାଏ, ସେହିପରି ଭାବେ ବେପାରୀଙ୍କୁ ମଧ୍ୟ ଲୋନ ମିଳିବ । ଗତ 5 ବର୍ଷ ଧରି ବେପାରୀଙ୍କ ଉନ୍ନତ ଭବିଷ୍ୟତ କାମନା କରି ସେମାନଙ୍କ ଉଦ୍ଦେଶ୍ୟରେ ଉନ୍ନୟନମୂଳକ ସଂସ୍କାର ଆମ ପ୍ରୟାସ ବୋଲି ମୋଦି କହିଛନ୍ତି ।