ଓଡିଶା

odisha

ETV Bharat / business

ରେଳମନ୍ତ୍ରୀଙ୍କ ଘୋଷଣା, ବିକ୍ରେତା ବିଲ ନ ଦେଲେ ମାଗଣାରେ ମିଳିବ ଜିନିଷ - vendor

ଯାତ୍ରାକୁ ସରଳ ଓ ସୁଗମ କରିବାକୁ ଯାତ୍ରୀଙ୍କୁ ଗୋଟିଏ ପରେ ଗୋଟିଏ ସୁବିଧା ଦେଉଛି ରେଳ ବିଭାଗ । ଲାଗୁ କରୁଛି ଭଳିକି ଭଳି ନିୟମ । ଏହି କ୍ରମରେ ଲାଗୁ ହୋଇଛି ‘ନୋ ବିଲ ନୋ ପେମେଣ୍ଟ’ ବ୍ୟବସ୍ଥା। ଦେଖନ୍ତୁ ଏ ନେଇ ରେଳ ମନ୍ତ୍ରୀ ଟ୍ବିଟରେ ପୋଷ୍ଟ କରିଥିବା ଭିଡିଓ ।

ଡିଜାଇନ ଫଟୋ

By

Published : Jul 19, 2019, 7:30 PM IST


ନୂଆଦିଲ୍ଲୀ: ଟ୍ରେନ ଯାତ୍ରା ବେଳେ ଆପଣ କିଛି କିଣିବା ବେଳେ ଠକାମୀର ଶୀକାର ହେଉଛନ୍ତି କି ? ଏବେ ଆଉ ଟେନସନ ନିଅନ୍ତୁନି । ଏଣିକି ପ୍ରଥମେ ବିଲ ତା ପରେ ପେମେଣ୍ଟ । ଆଉ ଯଦି ବ୍ୟବସାୟୀ ଆପଣଙ୍କୁ ବିଲ ନ ଦିଏ ତେବେ ମାଗଣାରେ ମିଳିବ ଜିନିଷ । ହିଁ ଏ ନେଇ ଖୋଦ ରେଳମନ୍ତ୍ରୀ ପୀୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସତର୍କ ଯାତ୍ରୀଗଣ: ବିଲ ନିଅନ୍ତୁ, ଟଙ୍କା ଦିଅନ୍ତୁ

ରେଳମନ୍ତ୍ରୀ ଏକ ଭିଡିଏ ଜାରି କରି ନିୟମକୁ ସରଳ ଭାଷାରେ ବୁଝାଇଛନ୍ତି । ଯଦି ପ୍ଲାର୍ଟଫର୍ମ କିମ୍ବା ଟ୍ରେନ ଭିତରେ ଆପଣ କିଛି ଜିନିଷ କିଣୁଛନ୍ତି । ଆଉ ବଦଳରେ ବ୍ୟବସାୟୀ କୌଣସି ବିଲ୍ ଦେଉନାହିଁ । ତେବେ ଆପଣଙ୍କୁ ଟଙ୍କା ଦେବାର ଆବଶ୍ୟକ ନାହିଁ । ରେଳଷ୍ଟୋସନରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଅସାଧୁପଣ ଏବଂ ଏକଚାଟିଆ କାରବାର ଉପରେ ରୋକ ଲଗାଇବା ପାଇଁ ରେଲବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ-@PiyushGoyal

ବହୁତ ସମୟରେ ଦେଖିବାକୁ ମିଳୁଛି ବଜାର ତୁଳନାରେ ଷ୍ଟେସନରେ ଚଢା ଦାମରେ ଜିନିଷ ବିକ୍ରି ହେଉଛି । ଏହା ଉପରେ ରୋକ ଲଗାଇବା ସହ ଅସାଧୁ ବେପାରୀଙ୍କୁ ସାବାଡ କରିବାକୁ ଆଣାଯାଇଛି ଏହି ବିଲ ବ୍ୟବସ୍ଥା । ଏପରିକି ଆପଣ 5 ଟଙ୍କାର ମଧ୍ୟ କୌଣସି ସାମଗ୍ରୀ କିଣିଲେ ବିଲ ମାଗିବେ। ଆଉ ଯଦି ଦୋକାନୀ ନ ଦିଏ ତେବେ ଟଙ୍କା ଦେବା ଦରକାର ନାହିଁ।

ABOUT THE AUTHOR

...view details