ଓଡିଶା

odisha

2 ମାସରେ 6 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛି ସରକାରୀ ବ୍ୟାଙ୍କ

By

Published : May 12, 2020, 7:41 PM IST

ମେ ପହିଲାରୁ 8 ମଧ୍ୟରେ ଏମଏସଏମଇ, ଖୁଚୁରା, କୃଷି ଓ କର୍ପୋରେଟ କ୍ଷେତ୍ର ଆଦିକୁ 5.95 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛି ସରକାରୀ ବ୍ୟାଙ୍କ । ଏଭଳି ସମୟରେ ଋଣ ଅନୁମୋଦନ ଅର୍ଥ ଅର୍ଥନୀତି ସୁଧାର ନେଇ ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

PBSs sanctioned loans
2 ମାସରେ 6 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛି ସରକାରୀ ବ୍ୟାଙ୍କ

ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ମେ 8 ମଧ୍ୟରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ(PBSs)5.95 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛି । କ୍ଷୁଦ୍ର କାରବାରୀ, ରିଟେଲ, କୃଷି ଓ କର୍ପୋରେଟ ସେକ୍ଟର 46.74 ଲକ୍ଷ ଖାତାଧାରୀଙ୍କୁ ଏହି ଟଙ୍କା ଅନୁମୋଦନ ହୋଇଛି । ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ଏ ନେଇ ସୂଚନା ଦିଆଯାଇଛି ।

ଏହି ଅବଧିରେ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC)କୁ 1.18 ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି । ସେହିପରି ଅନ୍ୟ ଏକ ଚ୍ବିଟରେ କୁହାଯାଇଛି କି ମାର୍ଚ୍ଚ 20ରୁ ମେ 8 ମଧ୍ୟରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଜରୁରୀକାଳୀନ କ୍ରେଡିଟ ଲାଇନ ପାଇଁ ଯୋଗ୍ୟ 97 ପ୍ରତିଶତ ଋଣଦାତାଙ୍କ ସହ ସମ୍ପର୍କ କରାଯାଇଛି । ଆଉ ସେମାନଙ୍କୁ 65,879 କୋଟି ଟଙ୍କ ଋଣ ଦିଆଯାଇଛି ।

କୋଭିଡ-19 ଯୋଗୁଁ ଅଧିକ ପ୍ରଭାବିତ ଏମଏସଏମଇ ସେକ୍ଟରକୁ ବୁଷ୍ଟର ଦେବା ପାଇଁ ବ୍ୟାଙ୍କ ଅଧିକ ଋଣ ମଞ୍ଜୁର କରୁଛି । ଏଥପାଇଁ କ୍ରେଡିଟ ଲାଇନ ଓ ବ୍ୟାଙ୍କିଙ୍ଗ କ୍ୟାପିଟାଲରେ ବୃଦ୍ଧି ଭଳି ସୁବିଧା ଉପଲବ୍ଧ କରୁଛି । ଏହା ପୂର୍ବରୁ ଅର୍ଥମନ୍ତ୍ରାଣଳୟ କହିଥିଲା ଯେ, ଲକଡାଉନ ମଧ୍ୟରେ ମଞ୍ଜୁର କରାଯାଇଥିବା ଋଣ ଟଙ୍କାରୁ ସ୍ପଷ୍ଟ କି ଦେଶ ଅର୍ଥବ୍ୟବସ୍ଥାର ସୁଧାର ପାଇଁ ପ୍ରସ୍ତୁତ ରହିଛି ।

ABOUT THE AUTHOR

...view details