ଓଡିଶା

odisha

ETV Bharat / business

ପାକିସ୍ତାନକୁ ମାଡିବସିଛି ମହଙ୍ଗା ବୋଝ, କ୍ଷୀର ଲିଟର 120 ଟଙ୍କା - people

ମହଙ୍ଗା ବୋଝ ତଳେ ପାକିସ୍ତାନ । ଥମିବାର ନା ନେଉନି ପାକ୍‌ ସମସ୍ୟା । ପନିପରିବା ଓ ଇନ୍ଧନ ପରେ ଏବେ ଆକାଶଛୁଆଁ କ୍ଷୀର ଦାମ । 1 ଲିଟର କ୍ଷୀରର ଦାମ 180 ଟଙ୍କା ।

ପ୍ରତିକାତ୍ମକ ଫଟୋ

By

Published : Apr 13, 2019, 6:45 AM IST

ନୂଆଦିଲ୍ଲୀ: ପେଟ ପାଇଁ ଡହଳ ବିକଳ ପାକିସ୍ତାନ । ଖାଇବା ସଂଗ୍ରହ ଲାଗି କଲବଲ ଜନତା । ଦରଦାମ ଶୁଣିଲେ ଆଖିନାଲି ହୋଇଯାଉଛି । ଆୟ ବାଟ ବନ୍ଦ ହୋଇଯାଉଥିବାରୁ ଖାଦ୍ୟ କିଣିବାକୁ ମଧ୍ୟ ପାଖରେ ଟଙ୍କା ନାହିଁ । ଆଉ ଏପରି ପରିସ୍ଥିତିରେ ମୁଣ୍ଡ ଉପରେ ମାଡିବସିଛି ମହଙ୍ଗା ବୋଝ । ପନିପରିବା ଓ ଇଉନ୍ଧ ପରେ ଏବେ ଆକାଶଛୁଆଁ କ୍ଷୀର ଦାମ । 1 ଲିଟର କ୍ଷୀରର ଦାମ 180 ଟଙ୍କା ।


ମହଙ୍ଗା ବୋଝ ତଳେ ପାକିସ୍ତାନ । ଥମିବାର ନା ନେଉନି ପାକ୍‌ ସମସ୍ୟା । ମୁଦ୍ରାସ୍ପୀତି ହାର ସର୍ବୋଚ୍ଚ ସ୍ତରରେ । ପ୍ରଥମେ ପନିପରିବା ଓ ଇନ୍ଧନ ଆଉ ଏବେ କ୍ଷୀର ଟେନସନ । ହଠାତ ଲିଟର ପିଛା 23 ଟଙ୍କା ବଢିଗଲା କ୍ଷୀର ଦାମ । ଫଳରେ ଏବେ 180ଟଙ୍କାରେ ପହଞ୍ଚିଛି ଲିଟରେ କ୍ଷୀର ।

ପ୍ରକାଶ ଥାଉ ଯେ, ପାକିସ୍ତାନ ଟଙ୍କାର ମୁଲ୍ୟ ଭାରତୀୟ ଟଙ୍କା ତୁଳନାରେ ପ୍ରାୟ ଅଧା । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏଠାରେ ପ୍ରାୟ 148 ଟଙ୍କା ଛୁଇଁଲାଣି । ଏ ନେଇ ସରକାର ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି । ପ୍ରଶାସନ କ୍ଷୀର ଦାମ ଲିଟର ପିଛା 94 ଟଙ୍କାରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଦୋକାନୀ କର୍ଣ୍ଣପାତ କରୁନାହାନ୍ତି । ଚାହିଦା ତୁଳନାରେ ଯୋଗାଣ ଦିନକୁ ଦିନ ହ୍ରାସ ପାଇଲାଗିଥିବାରୁ ଦାମ ହୁ ହୁ ହୋଇ ବଢିଚାଲିଛି ।


ସୂଚନା ମୁତାବକ, ଏମଏଫଏନ ଟ୍ୟାଗକୁ ପ୍ରତ୍ୟାହୃତ ପରେ ପାକିସ୍ତାନ ରାଜକୋଷ ରୋଗାଗ୍ରସ୍ତ ହେବାକୁ ଲାଗିଛି। ଦିନକୁ ହେଉଛି 80 କୋଟିର କ୍ଷତି । ଯେଉଁଥିପାଇଁ ଦେଶର ମେରୁଦଣ୍ଡକୁ ଆଘାତ ଦେଉଛି ।

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ପ୍ରତି ଭାରତର କଠୋରତା ବଢିବାକୁ ଲାଗିଛି । ଭାରତର ଟମୋଟୋ ଓ ଚା ଚାଷୀ ପାକିସ୍ତାନକୁ ଦ୍ରବ୍ୟ ରପ୍ତାନୀ ଉପରେ ରୋକ ଲଗାଇ ଦେଇଛନ୍ତି । ସେହିପରି ପାକିସ୍ତାନରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ଭାରତ ଟିକସ 200%ବୃଦ୍ଧି ପାଇଛି । ଫଳରେ ପାକିସ୍ତାନର ଶହ ଶହ ଟ୍ରକ ସୀମା ପାଖରେ ଅଟକି ରହିଛନ୍ତି । ଏଥିଯୋଗୁଁ ଦେଶକୁ ଦୈନିକ 80 କୋଟିର କ୍ଷତି ସହିବାକୁ ପଡୁଛି ।

ଏପରି ସ୍ଥିତିରେ ଚାହିଦା ପୂରଣ ହେଉନଥିବାରୁ ଚିନ୍ତାରେ ପାକ୍‌ବାସୀ । ପ୍ରକାଶ ଥାଉ ଯେ, ଫେବୃଆରୀ 14ରେ ହୋଇଥିବା ପୁଲୱାମା ଆକ୍ରମଣରେ ଭାରତର 40 ବୀରପୁଅ ସହିଦ ହୋଇଛନ୍ତି । ପାକିସ୍ତାନର ଏହି କୁକର୍ମ ପାଇଁ ଭାରତ ଅଣ୍ଟା ଭିଡିସାରିଛି । ପାକକୁ ତଳିତଳାନ୍ତ କରିବାକୁ ସବୁ ଦିଗରୁ ପ୍ରଚେଷ୍ଟା କରିଛି ।

For All Latest Updates

ABOUT THE AUTHOR

...view details