ନୂଆଦିଲ୍ଲୀ: ଖୋଲିଲା ଚାଷୀଙ୍କ ଭାଗ୍ୟ । ସିଧାସଳଖ ଆକାଉଣ୍ଟକୁ ଯିବ ବାର୍ଷିକ 6 ହଜାର ଟଙ୍କାର ନଗଦ ରାଶି । ଆସନ୍ତା24ରେ ପିଏମ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୋରଖପୁରରେ ଔପଚାରିକ ଭାବେ 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି' ଯୋଜାନାର ଶୁଭାରମ୍ଭ କରିବେ ।
ଖୋଲିବ କୋଟିଏ ଚାଷୀଙ୍କ ଭାଗ୍ୟ, ଜଣଙ୍କୁ ମିଳିବ 2ହଜାର ଟଙ୍କା - Feb
ଆସନ୍ତା24ରେ ପିଏମ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୋରଖପୁରରେ ଔପଚାରିକ ଭାବେ 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି' ଯୋଜାନାର ଶୁଭାରମ୍ଭ କରିବେ ।
ଏଥିସହ ଏହି ଯୋଜନାରେ ଯୋଗ୍ୟ ବିବେଚିତ ହାତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ 2000ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଥିଲାଗି ଏବେ ସୁଦ୍ଧା ପିଏମ-କିଷାନ ପୋର୍ଟାଲରେ 1କୋଟି ଚାଷୀଙ୍କ ଲିଷ୍ଟ ଧାର୍ଯ୍ୟ ହୋଇଛି । ପରେ ପୁଣି ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଏପ୍ରିଲ ପହିଲାରୁ ଦିଆଯିବ । ଏ ନେଇ କୃଷି ମନ୍ତ୍ରାଣଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଫେବୃଆରୀ ପହିଲାରେ ପୀୟୁଷ ଗୋୟଲ ଉପସ୍ଥାପନ କରିଥିବା ବଜେଟରେ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ଘୋଷଣା କରାଯାଇଥିଲା । ଏହି ଯୋଜନା ଅନୁଯାୟୀ 2ହେକ୍ଟର ଜମିଥିବା ଚାଷୀଙ୍କୁ ବର୍ଷକୁ 6 ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବ । 3ଟି କିସ୍ତିରେ 2ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ତେବେ ନିର୍ବାଚନ ପୂର୍ବରୁ ମେ ସୁଦ୍ଧା 2ଟି କିସ୍ତିରେ 4ହଜାର ଟଙ୍କା ଦିଆଯିବାକୁ ଯୋଜନା ରହିଛି ।