ଓଡିଶା

odisha

ଓୟୋ ଆଣିଲା ନୂଆ ଯୋଜନା, ମିଳିବ ବେଷ୍ଟ ସେବା

By

Published : May 19, 2020, 11:24 PM IST

କୋରୋନା ପ୍ରଭାବ ହ୍ରାସ ସହ ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ଲକ୍ଷ୍ୟରେ ଓୟୋ ଆଣିଛି ନୂଆ ଯୋଜନା । ଅଧିକ ପଢନ୍ତୁ...

oyo
ଓୟୋ ଆଣିଲା ନୂଆ ଯୋଜନା , ମିଳିବ ବେଷ୍ଟ ସେବା

ନୂଆଦିଲ୍ଲୀ: କୋଭିଡ-19ର ପ୍ରଭାବକୁ ହ୍ରାସ କରିବା ପାଇଁ ଅନଲାଇନ ହୋଟେଲ କମ୍ପାନୀ ଓୟୋ ଅନେକ ପଦକ୍ଷେପ ଗ୍ରହଣ କରିଛି । ଆତିଥ୍ୟ ସେବାର ନୂତନ ମାନ ସ୍ଥିର ନେଇ ନବୀକରଣ ଉପରେ ଜୋର ଦିଆଯାଉଛି । ଏନେଇ ମଙ୍ଗଳବାର କମ୍ପାନୀ ସୂଚନା ଦେଇଛି ।

ଓୟୋ ଏକ ବିବୃତ୍ତିରେ କହିଛି ଯେ, ଏହି ପଦକ୍ଷେପଗୁଡ଼ିକରେ ଗ୍ରାହକ, ସମ୍ପତ୍ତି ଅଂଶୀଦାର ଏବଂ କର୍ମଚାରୀ କେନ୍ଦ୍ରିକ ପଦକ୍ଷେପ ଅନ୍ତର୍ଭୁକ୍ତ । ଏଥିରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଓୟୋ ଏପରି ପରିମଳ ବ୍ୟବସ୍ଥା ଯୋଗାଇ ଦେବାକୁ ଯୋଜନା କରିଛି, ଯେଉଁଠାରେ ଗ୍ରାହକଙ୍କୁ ସର୍ବନିମ୍ନ ସ୍ପର୍ଶ କରିବାକୁ ପଡିବ ଏବଂ ବୁକିଂ ପ୍ଲାଟଫର୍ମରେ 'ସାନିଟାଇଜ ଆବାସ' ଟ୍ୟାଗ ଲଗାଯିବ।

ଓୟୋ କହିଛି ଯେ, ଆସନ୍ତା 10 ଦିନରେ 1000 ହୋଟେଲରେ ଏହି ଯୋଜନା ଲାଗୁ ନେଇ କମ୍ପାନୀ ଲକ୍ଷ୍ୟ ରଖିଛି । ଏଥିସହ ଲକଡାଉନରୁ ମୁକ୍ତି ମିଳିବା ପରେ ସମସ୍ତ 18000 ହୋଟେଲରେ ଏହି ନିୟମକୁ ଲାଗୁ କରାଯିବ ।

ଏହା ସ୍ପଷ୍ଟ କି ଲକଡାଉନ ପରେ ଗ୍ରାହକଙ୍କ ଆବଶ୍ୟକତାରେ ପରିବର୍ତ୍ତନ ହେବ। ଏଥିପାଇଁ ଏହି ନୂଆ ଉପାୟକୁ କାର୍ଯ୍ୟ କରିବାକୁ ଓୟୋ ପ୍ରୟାସ କରିବା ସହ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବ ବୋଲି ବିବୃତ୍ତିରେ କୁହାଯାଇଛି ।

ABOUT THE AUTHOR

...view details